ଭୋରୁ ଭୋରୁ କଟକରେ ହାଡ଼ିଆପଠା ଓ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ କଲେ ୫-ଟି ସଚିବ, ଅଧିକାରୀଙ୍କ ସହ ଆଲୋଚନା

1 min read

କଟକ : କଟକରେ 5-T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ । ସିସୋର, ହାଡ଼ିଆପଠା ଓ ନୌ ବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି 5-T ସଚିବ । ଏହି ଅବସରରେ ବିଭାଗୀୟ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି । ହାଡ଼ିଆପଠାରେ ୪୨୦ ଏକର ଜମିରେ ହେବାକୁ ଥିବା ଏସସିବି ମେଡିକାଲର ଦ୍ୱିତୀୟ କ୍ୟାମ୍ପସ ପ୍ରସଙ୍ଗରେ ପାଣ୍ଡିଆନ୍ ଆଲୋଚନା କରିଥିଲେ ।


ସଚିବଙ୍କ ସହ ଜିଲ୍ଲାପାଳ, ଆରଡିସି ଓ ଡିସିପି ମଧ୍ୟ ଉପସ୍ଥିତ ଥିଲେ । ପାଇଭି-ଟି ସଚିବଙ୍କ କଟକ ଗସ୍ତ ପରେ ଜଳସଂପଦ ସଚିବ ସୁରେନ୍ଦ୍ର କୁମାର ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ଏସସିବି ମେଡିକାଲର ଦ୍ବିତୀୟ କ୍ୟାମ୍ପସ ରୂପରେଖ ନେଇ ଥିଲା 5-T ସଚିବଙ୍କ ଗସ୍ତ ।

ଉନ୍ନତମାନର ରୋଗୀ ସେବା ଯ଼ୋଗାଇଦେବା ସହ ଏସସିବିକୁ ଅନ୍ତର୍ଜାତୀୟ ମାନର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସିସୋର ପଠାରେ ଏସସିବିର କିଛି ବିଭାଗକୁ ନେଇ ଦ୍ବିତୀୟ କ୍ୟାମ୍ପସ କରାଯିବ । ଏ ସବୁର ଆଲୋଚନା କରିଛନ୍ତି ୫-ଟି ସଚିବ ।

Leave a Reply