ବଡ଼ି ଭୋରରୁ ବଡ଼ ଡାକ୍ତରଖାନାରେ ପହଞ୍ଚି କ’ଣ କଲେ ୫-ଟି ସଚିବ???

1 min read

କଟକ: ଆଜି ଅଚାନକ୍‌ ଏସ୍‌ସିବି ମେଡିକାଲଗସ୍ତ କରିଛନ୍ତି 5-T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ଭୋର ୫ଟାରେ ଏସସିବି ମେଡିକାଲ ପହଞ୍ଚି ସ୍ୱାସ୍ଥ୍ୟସେବା ଏବଂ ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି 5-T ସଚିବ । ବିଭିନ୍ନ ଓ୍ୱାର୍ଡ ବୁଲିବା ସହ ରୋଗୀ ସେବାରେ ଉପୁଜୁଥିବା ବିଭିନ୍ନ ସମସ୍ୟା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

ଏଥିସହିତ କେନ୍ଦ୍ର ସରକାରଙ୍କ ଅନୁଦାନରେ ଚାଲିଥିବା ବିଭିନ୍ନ କାମର ତଦାରଖ କରିଥିଲେ । ମେଡିକାଲ ପଛପଟ ପଡ଼ିଆ ମଧ୍ୟ ବୁଲିଦେଖିଥିଲେ ପାଣ୍ଡିଆନ୍‌ । NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ସ୍ୱାସ୍ଥ୍ୟ ସଚିବ, ଏସସିବି ଅଧ୍ୟକ୍ଷ, ଜିଲ୍ଲାପାଳ, ପୋଲିସ କମିଶନର ଓ ଡିସିପି ପ୍ରମୁଖ ଉପସ୍ଥିତ ଥିଲେ ।

ଅପରପକ୍ଷରେ ଆଜି ସନ୍ଧ୍ୟାରେ ରୋଗୀଙ୍କ କଲ୍ୟାଣ, ଏସ୍‌ସିବି ମେଡିକାଲ କଲେଜ ଭିତ୍ତିଭୂମିର ବିକାଶ ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିଭାଗର ମୁଖ୍ୟ, ଛାତ୍ରଛାତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଲୋକସେବା ଭବନରେ କରିବେ ଆଲୋଚନା  । ')}

Leave a Reply