ଯନ୍ତ୍ରଣାକୁ ଭୁଲି ସିଧା ହସପିଟାଲରୁ ସଚିବାଳୟ ଯାଇଥିଲେ ମୁଖ୍ୟମନ୍ତ୍ରୀ, ସେଦିନ କଥାକୁ ଏମିତି ମନେ ପକାଇଲେ ପାଣ୍ଡିଆନ…

1 min read

ଦାନ୍ତ ଯନ୍ତ୍ରଣା ସବୁଠାରୁ ଅସହ୍ୟ ଯନ୍ତ୍ରଣା ମଧ୍ୟରୁ ଗୋଟିଏ । ଆଉ ଏହି ଯନ୍ତ୍ରଣା ଅଚାନକ, ଅଘୋଷିତ ଭାବେ ଆସିଥାଏ। ଏହେଉଛି କିଛି ବର୍ଷ ପୂର୍ବର ଘଟଣା । ସକାଳ ପାଖାପାଖି ୯ଟା ହେବ, ହଠାତ୍ ନବୀନ ନିବାସରୁ ଫୋନ ଆସିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ଦାନ୍ତରେ ଯନ୍ତ୍ରଣା ହେଉଛି ସେ ଏହାର ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲ ଯିବାକୁ ଚାହୁଁଛନ୍ତି । ଆଉ ଏହାପରେ ମୁଁ ପୂରା ପ୍ରସ୍ତୁତ ହୋଇଯାଇଥିଲି ଏବଂ ୧୦.୩୦ଟା ସୁଦ୍ଧା ହସପିଟାଲ ବି ପହଞ୍ଚିବାର ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ସବୁ ବେଳେ ନିଜ କାମକୁ ବହୁତ ପସନ୍ଦ କରନ୍ତି । ପୂର୍ବ ପ୍ଲାନିଂ ଅନୁସାରେ ୧୧.୩୦ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ କନଫରେନ୍ସ ହଲରେ ଏକ ବୈଠକ ହେବାର ଥିଲା । ଏହା ସହ ସଂଧ୍ୟା ବେଳେ ମଧ୍ୟ ଗୋଟିଏ କାର୍ଯ୍ୟକ୍ରମ ଥିଲା। ଉଭୟ ନିର୍ଧାରିତ କାର୍ଯ୍ୟକ୍ରମ କୁ ଘୁଞ୍ଚାଇ ଦେବାପାଇଁ ମୁଁ ସ୍ଥିର କରିଥିଲି।

ତାପରେ ମୁଁ ଅଫିସରେ ପହଞ୍ଚିଲି ଆଉ ପୂର୍ବନିର୍ଧାରିତ ସମୟକୁ ବଦଳାଇବା ଆରମ୍ଭ କରିଦେଇଥିଲି ଭାବିଲି କି RCT ଚିକିତ୍ସା ପରେ ଅତିକମରେ ଜଣେ ଗୋଟିଏ ଦିନର ବିଶ୍ରାମ ଆବଶ୍ୟକ କରିବେ। କାରଣ ସେତେବେଳେ ମୋର କଲେଜ ଜୀବନ କଥା ମନେ ପଡିଲା ଯେତେବେଳେ RCT ପରେ ମୁଁ ଦୁଇଦିନ ପାଇଁ କଲେଜ ଯିବା ବନ୍ଦ କରିଥିଲି । ଏକଥା ମନେ ପକାଇବା ବେଳକୁ ମୋତେ ହସ ଲାଗୁଥିଲା । ତେବେ ଠିକ୍ ସେତିକିବେଳେ ମୋ ସୁଖଦ ସ୍ମୃତିରେ ପୂର୍ଣ୍ଣଛେଦ ପଡିଲା ଯେତେବେଳେ ମୋ ପାଖରେ ଖବର ପହଞ୍ଚିଲା ଯେ, ମୁଖ୍ୟମନ୍ତ୍ରୀ RCT କରାଇବା ପରେ କ୍ୟାପିଟାଲ ହସପିଟାଲ ଛାଡି ସଚିବାଳୟ(ଏବେକାର ଲୋକସେବା ଭବନ) ଅଭିମୁଖେ ବାହାରି ଗଲେଣି ।

ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ଯେ କେମିତି ଜଣେ ସିଧାସଳଖ ଦନ୍ତ ଚିକିତ୍ସକଙ୍କ ପାଖରୁ ଅଫିସ ଯାଇପାରେ ? ମୋର ସେହି ଦାନ୍ତ ଯନ୍ତ୍ରଣା କଥା ମନେପଡ଼ିଲା କେମିତି ମେଡିକାଲରୁ ଦାନ୍ତ ଅପରେସନ କରାଇ ଫେରିବା ବେଳେ ମୋତେ କେତେ କଷ୍ଟ ହୋଇଥିଲା ଯଦିଓ ସେତେବେଳେ ମୋତେ ମାତ୍ର ୨୦ବର୍ଷ ବୟସ ହୋଇଥିଲା ।
ଏହାପରେ ହଠାତ୍ ମୋତେ ମୁଖ୍ୟମନ୍ତ୍ରୀଙ୍କ ଫୋନ ଆସିଲା ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମକୁ ପୂର୍ବ ପ୍ଲାନିଂ ଅନୁସାରେ ୧୧.୩୦ରେ ବୈଠକକୁ ଯିବାର ଅଛି । ଆଉ ତାପରେ ମୁଁ ସ୍ଥଗିତ ରଖିଥିବା ବୈଠକକୁ ପୁଣି ଡକାଇଥିଲି ଆଉ ବୈଠକରେ ମୁଖ୍ୟମନ୍ତ୍ରୀ ଘଣ୍ଟାଏରୁ ଅଧିକ ସମୟ ବିତାଇ ଥିଲେ ।
ବୈଠକପରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲି ଯେ, “ସାର ଆପଣ RCT ଓ ଦନ୍ତ ଯନ୍ତ୍ରଣା ପରେ ଆଜି ସକାଳେ ଆରାମ କରି ପାରିଥାନ୍ତେ”
ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ” ଯଦି ମୁଁ ଯନ୍ତ୍ରଣାକୁ ସହ୍ୟ କରିପାରିବି ତାହାଲେ ସମୟ କାହିଁକି ନଷ୍ଟ କରିବି । ଏମିତି ବି ଲୋକ ଥାଇପାରନ୍ତି ଯେଉଁମାନଙ୍କ ଯନ୍ତ୍ରଣା ଆମଠାରୁ ବହୁତ ଅଧିକ ଥିବ ଆଉ ସେମାନେ ଆମ ସମୟର ଆବଶ୍ୟକତା କରୁଥିବେ । ଏବଂ କାର୍ଯ୍ୟ ହେଉଛି ସବୁଠୁ ଉତ୍ତମ ‘ଯନ୍ତ୍ରଣା ନିବାରକ’ ମିଷ୍ଟର ପାଣ୍ଡିଆନ ” । ଏମିତି କହି ସେ ହସିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଏ କଥା ଶୁଣି ଆମେ ସବୁ ଚୁପ ହୋଇଯାଇଥିଲୁ । ଆଉ ମୁଖ୍ୟମନ୍ତ୍ରୀ ଏତିକି କହି ନିଜ ଚିରପରିଚିତ ହସ ସହ ସେଠାରୁ ବାହାରି ଯାଇଥିଲେ

( କର୍ମକ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଦିନର ସ୍ମୃତି କୁ ଏମିତି କିଛି ମନେ ପକାଇଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ )

Leave a Reply