ବଦଳିବ ନୃସିଂହନାଥ ମନ୍ଦିର ରୂପରେଖ, ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

1 min read
Nrusinghnath Temple

ବରଗଡ଼/ବଲାଙ୍ଗୀର: ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି 5T ସଚିବ ଏବଂ ମୁଖ୍ୟ ଶାସନ ସଚିବ। ଏବେ ଫୋକସରେ ରହିଛି ପଶ୍ଚିମ ଓଡ଼ିଶା। ବଦଳିବ ମନ୍ଦିର ରୂପରେଖ। ପରିଦର୍ଶନ କରିବା ପାଇଁ ବରଗଡ଼ ଓ ବଲାଙ୍ଗୀର ଗସ୍ତରେ 5Tସଚିବ ଭିକେ ପାଣ୍ଡିଆନ୍। ପାଇକମାଲରେ ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ଉନ୍ନତି କାର୍ଯ୍ୟର ସମୀକ୍ଷା କରିଛନ୍ତି 5Tସଚିବ। ବରଗଡ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ ନୃସିଂହନାଥ ମନ୍ଦିରକୁ ଯାଇଥିଲେ। 5T ସଚିବଙ୍କ ସହିତ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ବରଗଡ ଯାଇ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ମହାପ୍ରଭୁ ନୃସିଂହନାଥଙ୍କର ଦର୍ଶନ କରିବା ସହ ମନ୍ଦିର ପରିସର ବୁଲି ଦେଖିଥିଲେ। ମନ୍ଦିର ର ବିକାଶ ପାଇଁ ମନ୍ଦିର ରେ ଥିବା ଧର୍ମଶାଳା ମାନଙ୍କରେ ନବୀକରଣ ଏବଂ ନୂତନ ଧର୍ମଶାଳା ନିର୍ମାଣ, ନୃସିଂହନାଥ-ହରିଶଙ୍କର ରୋପ ୱେ ନିର୍ମାଣ, ଯାତ୍ରୀ ପ୍ରତିକ୍ଷାଳୟ, ନୂତନ ଇକୋ ପାର୍କ, ଚିଲଡ୍ରେନ୍ସ ପାର୍କ, ନୂତନ ଅଫିସ ଗୃହ ନିର୍ମାଣ ଭଳି ପ୍ରାୟ ୨୦ଟିପ୍ରସ୍ତାବ ମନ୍ଦିର କମିଟି ପକ୍ଷରୁ ସଚିବଙ୍କୁ ଦିଆ ଯାଇଥିବା ବେଳେ ପାଇକମାଲ ନାଗରିକ କମିଟି ତରଫରୁ ନୂଆପଡା ବରଗଡ଼ ରାସ୍ତା ର ଉନ୍ନତି, ପାଇକମାଲ ସିଏଚ୍‌ସିର କର୍ମଚାରୀ ଏବଂ ଚିକିତ୍ସକ ନିଯୁକ୍ତି, ସହ ପାଇକମାଲ କୁ ଏନ.ଏ.ସି ଘୋଷଣା ପାଇଁ ଦାବି ପତ୍ର ଦେଇଥିଲେ। ଏହା ପରେ ସେ ନୃସିଂହନାଥ ଠାରୁ ହରିଶଙ୍କର ପରିଦର୍ଶନ ଓ ସମୀକ୍ଷା ପାଇଁ ଗସ୍ତ ଥିବାର ସୂଚନା ରହିଛି ।

Leave a Reply