5T ଜାଲରେ ଟପ୍ ବ୍ୟୁରୋକ୍ରାଟ, ୨୦୦୯ IAS ବିଜୟ କେତନ ଉପାଧ୍ୟାୟଙ୍କୁ ଧରିଲା ଭିଜିଲାନ୍ସ
1 min readଭୁବନେଶ୍ୱର: 5T ଜାଲରେ ଭାରତୀୟ ପ୍ରଶାସନିକ ସେବାର ବଡ଼ ଅଧିକାରୀ । ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ଧରିଛି ।ବର୍ତ୍ତମାନ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଅଛନ୍ତି ୨୦୦୯ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ବିଜୟ କେତନଙ୍କ ବାସଭବନ ଓ ଆଉ କିଛି ସ୍ଥାନରେ ଭିଜିଲାନ୍ସ ରେଡ୍ ଜାରି ରଖିଛି । ବିଜୟ କେତନଙ୍କ ବିରୋଧରେ ଅଭିଯୋଗ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମୋ ସରକାର କାର୍ଯ୍ୟକ୍ରମରେ ମିଳିଥିବା ଫିଡବ୍ୟାକ ଆଧାରରେ ଭିଜିଲାନ୍ସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଚର୍ଚ୍ଚା ହେଉଛି । ଏକ୍ ବିଲ୍ ପାସ କରାଇବା ପାଇଁ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଜଣେ ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଏହି ଟଙ୍କା ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ପୂର୍ବରୁ ଡିଜିପି ବିଜୟ କୁମାର ଶର୍ମା 5T ଆଧାରରେ ପଦ ଛାଡ଼ିଥିବା ଜଣାପଡ଼ିଥିଲା ।
http://nandighoshatv.com/?p=16933