ରାଜ୍ୟରେ ଆଉ ୫୯୫ ନୂଆ ମାମଲା, ୨୦୧ ସ୍ଥାନୀୟ ଲୋକ ଆକ୍ରାନ୍ତ ! ଜାଣନ୍ତୁ କେଉଁଠୁ କେତେ ?

1 min read
595 more corona positive case found form Odisha, 201 new Local case

ଭୁବନେଶ୍ୱର: ରାଜ୍ୟରେ ଆଉ ୫୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୩୯୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ୫୯୫ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ୧୧, ବରଗଡ଼ ୩, ଭଦ୍ରକ ୧୧, ବଲାଙ୍ଗିରରୁ ଜଣେ, କଟକରୁ ୧୧, ଗଜପତି ୨୦, ଗଞ୍ଜାମରୁ ପୁଣି ୨୩୦, ଜଗତସିଂହପୁରରୁ ୫, ଯାଜପୁରରୁ ୯୭, କଳାହାଣ୍ଡିରୁ ୪, କେନ୍ଦ୍ରାପଡ଼ାର ଦୁଇ, କେନ୍ଦୁଝରର ୩, ଖୋର୍ଦ୍ଧାର ୭୬, କୋରାପୁଟର ୪୪, ମାଲକାନଗିରି ୩୬, ମୟୁରଭଞ୍ଜ ୧୪, ନୟାଗଡ଼ରୁ ୫, ପୁରୀରୁ ୧୦, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨, ସୁନ୍ଦରଗଡ଼ରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ପୁଣି ୩୮୮ ଜଣ ସୁସ୍ଥ ହୋଇଥିବା ଖବର ମଧ୍ୟ ରହିଛି । ଏହି ୩୮୮ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୮୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧ରେ ପହଞ୍ଚିଛି । ୩ ଲକ୍ଷ ୩୪ ହଜାର ୫୨୭ ଜଣଙ୍କ କରୋନା ଟେଷ୍ଟିଂ କରାଯାଇଛି । ଏବେ ରାଜ୍ୟରେ ୪୬୭୭ଟି ମାମଲା ସକ୍ରିୟ ରହିଛି ।

Leave a Reply