ଗୁମୁଡ଼ାରେ ୫୬୯କେଜି ଗଞ୍ଜେଇ ଜବତ କରିଛି ପୋଲିସ, ଜବତ ଗଞ୍ଜେଇର ମୂଲ୍ୟ ୫୬ଲକ୍ଷ ୯୦ହଜାର ଟଙ୍କା

ରାୟଗଡ଼ା: କରୋନା ସମୟରେ ବଢ଼ିବାରେ ଲାଗିଛି ଗଞ୍ଜେଇ ମାଫିଆଙ୍କ ରାଜ । ପ୍ରତି ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହେଉଛି । ହେଲେ ତଥାପି ସୁଧୁରୁନାହାନ୍ତି ଗଞ୍ଜେଇ ମାଫିଆ । ରାୟଗଡା ଜିଲ୍ଲା ଗୁମୁଡାରେ ମଙ୍ଗଳବାର ପାଇପରେ ଗଞ୍ଜେଇ ଚାଲାଣ ବେଳେ ଜବତ ହେଇଥିଲା । ୫୬୯କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ୫୬ଲକ୍ଷ ୯୦ହଜାର ଟଙ୍କା ବୋଲି ଜଣାପଡ଼ିଛି ।

ଘଟଣାସ୍ଥଳରୁ ଗାଡି ଚାଳକ ଓ ହେଲ୍ପର ଫେରାର୍ ରହିଛନ୍ତି । ଟ୍ରକ ସହ ଗୋଟିଏ ଫୋନ୍ ଓ ଏଟିଏମ କାର୍ଡ ଜବତ କରିଛି ଗୁଣୁପୁର ପୋଲିସ । ଗତକାଲି ଖବର ପାଇ ଗୁଣୁପୁର ପୋଲିସ୍ ଗଞ୍ଜେଇ ଭର୍ତ୍ତି ଲୁହା ପାଇପ ବୋଝେଇ ଟ୍ରକ ଅଟକାଇ ଯାଞ୍ଚ କରିଥିଲା । ଟ୍ରକଟି ରାୟଗଡ଼ା ଓ ଗଜପତିରୁ ବାହାରି ଭାୟା ରାମନାଗୁଡା ଓ ଗୁମୁଡା ଦେଇ ଉତ୍ତରପ୍ରଦେଶ ଅଭିମୁଖେ ଯାତ୍ରା କରୁଥିଲା ।

Leave a Reply