ଚୀନର ଏହି ୫୨ଟି ମୋବାଇଲ୍ ଆପ୍ ନେଇ ଭାରତୀୟ ଗୁଇନ୍ଦା ସଂସ୍ଥା କଲା ସତର୍କ: ହୋଇପାରେ ବଡ଼ କ୍ଷତି

1 min read

ନୂଆଦିଲ୍ଲୀ: ସୀମାରେ ଦେଖାଯାଇଥିବା ଉତ୍ତେଜନା ନେଇ ବହୁ ଭାରତୀୟ ୟୁଜର ଚାଇନିଜ ସ୍ମାର୍ଟଫୋନ୍‌କୁ ଏବଂ ଆପସ୍‌କୁ ବୟକଟ୍ କରିବା ନେଇ ମନବଳାଇଛନ୍ତି । ଏହାରି ମଧ୍ୟରେ ମିଳିଥିବା ସୂଚନା ମୁତାବକ ଭାରତୀୟ ଗୁଇନ୍ଦା ସଂସ୍ଥା ଭାରତ ସରକାରଙ୍କୁ ୫୨ ଚାଇନିଜ୍‌ ମୋବାଇଲ୍‌ ଆପ୍‌କୁ ବ୍ଳକ୍ କରିବା ନେଇ ପରାମର୍ଶ ଦେଇଛନ୍ତି ।

Goel, Kumar in hunt for RAW, IB top jobs | India News – India TV

ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ପ୍ରକାଶିତ ଖବର ଅନୁଯାୟୀ, ଏହି ଆପ୍ ଭାରତୀୟ ୟୁଜରଙ୍କ ପାଇଁ ସୁରକ୍ଷିତ ନୁହେଁ, ଏହା ସହାୟତାରେ ଚିନ  ଲୋକଙ୍କ ଡାଟା ଭାରତ ବାହାରେ ଷ୍ଟୋର କରୁଛି । ଭାରତୀୟ ୟୁର୍ଜର ଟିକ୍‌ଟକ୍, ୟୁସି ବ୍ରାଉଜର, ଇ କମର୍ସ ପ୍ଳାଟଫର୍ମ Shein, ଲୋକପ୍ରିୟ ଗେମ୍‌ କ୍ଳେଶ୍‌ ଅଫ୍‌ କିଙ୍ଗସ୍‌ ସହିତ ବହୁତ ଗୁଡ଼ିଏ ଜିଓମି ଆପ୍‌କୁ ବ୍ୟବହାର କରୁଛନ୍ତି |

चीन से हिंसक झड़प के बाद खुफिया ...

ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଦ୍ୱାରା ଗୁଇନ୍ଦା ସଂସ୍ଥାର ସୁପାରିସକୁ ଗ୍ରହଣ କରାଯାଇଛି । ସରକାରଙ୍କ ନିକଟକୁ ଗୁଇନ୍ଦ ସଂସ୍ଥା ପକ୍ଷରୁ ପଠାଯାଇଥିବା ଚିଠିରେ କୁହାଯାଇଛି ଏଭଳି ଆପସ୍ ଭାରତର ସୁରକ୍ଷା ନେଇ ଅସୁବିଧା ସୃଷ୍ଟି କରିବ । ଅଧିକାରୀଙ୍କ କହିବାନୁଯାୟୀ ଗୁଇନ୍ଦା ସଂସ୍ଥାର ସୁପାରିସ ନେଇ ଚର୍ଚ୍ଚା ଜାରି ରହିଛି ।

ଜାଣନ୍ତୁ କେଉଁ କେଉଁ ଚାଇନିଜ୍‌ ଆପ୍ ହାନିକାରକ

୩୬୦ ସିକ୍ୟୁରିଟି, APUS ବ୍ରାଉଜର, BAIDU ମ୍ୟାପ୍, Baidu Translate, BeautyPlus, Bigo Live, CacheClear DU ଆପସ୍‌ ଷ୍ଟୁଡିଓ, କ୍ଳାସ୍ ଅଫ୍‌ କିଙ୍ଗସ୍‌, Clean Master – Cheetah, ClubFactory, ସିଏମ୍‌ ବ୍ରାଉଜର, ଡୁୟୁ ବ୍ୟାଟେରୀ ସେଭର, ଡିୟୁ ବ୍ରାଉଜର, ଡିୟୁ କ୍ଳିନର, ଡିୟୁ ପ୍ରାଇଭେସି, ଡିୟୁ ରେକର୍ଡର, ଇଏସ୍‌ ଫାଇଲ୍ ଏକ୍ସପ୍ଳୋର, ହେଲୋ, KWAI, LIKE,

These Chinese Apps are selling your personal info. - Journo Views

MAIL Master, Mi Community, Mi ଷ୍ଟୋର, ଏମ୍‌ଆଇ ଭିଡିଓ କଲ୍‌ , ନ୍ୟୁଜ୍‌ ଡଗ୍‌, ପାରଲାଲ୍ ସ୍ପେସ୍‌, ପରଫେକ୍ଟ କ୍ରପ୍, ଫଟୋ ଓ୍ୱାଣ୍ଡର, କ୍ୟୁ କ୍ୟୁ ଇଣ୍ଟରନ୍ୟାସନାଲ, କ୍ୟୁ କ୍ୟୁ ଲଚର, କ୍ୟୁକ୍ୟୁ ଲଞ୍ଚର, କ୍ୟୁକ୍ୟୁ ମେଲ୍‌, କ୍ୟୁକ୍ୟୁ ମ୍ୟୁଜିକ, କ୍ୟୁକ୍ୟୁ ନ୍ୟୁଜ୍ ଫିଡ୍, କ୍ୟୁକ୍ୟୁ ପ୍ଳେୟର, କ୍ୟୁକ୍ୟୁ ସିକ୍ୟୁରିଟି ସେଣ୍ଟର, ROMWE, ସେଲ୍ଫି ସିଟି, SHAIR IT , SHEIN, TikTok, UC Browser, UC News, Vault-Hide, ଭିଗୋ Video, Virus Cleaner (Hi Security ଲ୍ୟାବ୍‌), VivaVideo- QU Video Inc, WeChat, Weibo, WeSync, Wonder କ୍ୟାମେରା, Xender ଏବଂ YouCam Makeup

Leave a Reply