ରାଫେଲକୁ ନେଇ ଛାନିଆଁ ପାକିସ୍ତାନୀ ସେନା, ଡରରେ କହିଲା ଏମିତି…

1 min read

ଇସଲାମାବାଦ: ଭାରତୀୟ ବାୟୁସେନାରେ ଲଢ଼ୁଆ ରାଫେଲ ସାମିଲ ପରେ ପାକିସ୍ତାନୀ ସେନା ବିଚଳିତ ହୋଇପଡ଼ିଛି । ପାକିସ୍ତାନ ସେନା ଏତେ ବିଚଳିତ ହୋଇପଡ଼ିଛି ବାଚଳାମୀ ବୟାନ ଦେବା ଆରମ୍ଭ କରିଦେଲାଣି । ଗୁରୁବାର ପାକିସ୍ତାନୀ ସେନା ପକ୍ଷରୁ କୁହାଯାଇଛି ଭାରତ ୫ଟି ରାଫେଲ ଅବା ୫୦୦ଟି ଆଣୁ, ଏଥିରେ ଆମକୁ କିଛି ଫରକ ପଡ଼ିବ ନାହିଁ । ଆମେ ପୁରା ପ୍ରସ୍ତୁତ ରହିଛି । ପାକିସ୍ତାନୀ ସେନାର ମୁଖପାତ୍ର ମେଜର ଜେନରାଲ ବାବର ଇଫ୍ତିଖାର କହିଛନ୍ତି ଭାରତ ରାଫେଲ କିମ୍ବ ଏସ୍-୪୦୦ ଆଣୁ । ଆମେ ଏସବୁରେ ଡରିବୁ ନାହିଁ । ଆମେ ଆକ୍ରମଣାତ୍ମକ ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛୁ ।

https://twitter.com/OfficialDGISPR/status/1293198059166404609

ଡନର ରିପୋର୍ଟ ମୁତାବକ, ରାଜନାଥ ସିଂହଙ୍କ ଟ୍ୱିଟର ଜବାବ ରୂପେ ପାକିସ୍ତାନ ଏହି ବୟାନ ଦେଇଛି । ଭାରତକୁ ରାଫେଲ ଆସିବା ପରେ ରାଜନାଥ ସିଂହ ଟ୍ୱିଟ୍ କରିଥିଲେ । ଯେଉଁଥିରେ ରାଜନାଥ ଲେଖିଥିଲେ- ଭାରତର ଅଖଣ୍ଡତା ଓ ଏକତା ଉପରେ ପ୍ରଶ୍ନ ଉଠାଉଥିବା ଲୋକଙ୍କ ଚିନ୍ତା ଏହା ଦ୍ୱାରା ବଢ଼ିଯିବ । ପାକିସ୍ତାନ ସ୍ୱାଧୀନତା ଦିବସ (ଅଗଷ୍ଟ ୧୪)ର ଦିନକ ପୂର୍ବରୁ କରିଥିବା ସାମ୍ବାଦିକ ସମ୍ମିଳନୀରେ ମେଜର ଜେନରାଲ ଇଫ୍ତିକାର ରାଫେଲ, ଭାରତର ପ୍ରତିରକ୍ଷା ବଜେଟ୍, କାଶ୍ମୀର, ଅସ୍ତ୍ରବିରତି ଉଲ୍ଲଂଘନ ଓ ପାକିସ୍ତାନ-ସାଉଦି ଆରବ ସମ୍ପର୍କ ସହ ଅନ୍ୟ କେତେକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଇଫ୍ତିକାର କହିଥିଲେ- ଭାରତର ବଢ଼ୁଥିବା ସୈନ୍ୟ ଖର୍ଚ୍ଚ ଓ ରକ୍ଷା ବଜେଟକୁ ନେଇ ପାକିସ୍ତାନ ଚିନ୍ତିତ ଅଛି । କିନ୍ତୁ, କୌଣସି ପ୍ରକାର ଆକ୍ରମଣାତ୍ମକ ଜବାବ ଦେବାକୁ ପାକିସ୍ତାନ ପ୍ରସ୍ତୁତ ଥିବା ସେ ଦାବି କରିଥିଲେ ।

ଭାରତ ରାଫେଲ ଆଣିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ମେଜର ଜେନରାଲ ଇଫ୍ତିକାର କହିଥିଲେ- ସେନା ଉପରେ ଦୁନିଆରେ ଭାରତ ସବୁଠୁ ଅଧିକ ଖର୍ଚ୍ଚ କରୁଛି । ଭାରତ ଅସ୍ତ୍ରଶସ୍ତ୍ର ଦୌଡ଼ରେ ରହିଛି । ଫ୍ରାନ୍ସରୁ ଭାରତ ୫ଟି ରାଫେଲ ଅଣାଯିବାକୁ ଯେଉଁଭଳି ଗଣମାଧ୍ୟମରେ ପ୍ରସାରଣ କରାଗଲା ତାହା ସୁରକ୍ଷାରେ ଛିଦ୍ରକୁ ସୂଚାଉଛି । ଏହାପରେ ବି ଭାରତ ୫ଟି ରାଫେଲ କିମ୍ବା ୫୦୦ଟି ଆଣୁ । ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓ ଆମକୁ ଆମ କ୍ଷମତା ଉପରେ କୌଣସି ସନ୍ଦେହ ନାହିଁ । ଭାରତ ରାଫେଲ ଆଣିବା ଦ୍ୱାରା କୌଣସି ଫରକ ପଡ଼ିବନି ବୋଲି ସେ କହିଥିଲେ ।

ସେ ଆହୁରି କହିଛନ୍ତି- ପାକିସ୍ତାନ ତୁଳନାରେ ଭାରତର ପ୍ରତିରକ୍ଷା ଖର୍ଚ୍ଚ ଓ ବଜେଟ୍ ପାରମ୍ପରିକ ସନ୍ତୁଳନ ପ୍ରଭାବିତ ହୋଇଛି । ଏହା ଉପରେ ଅନ୍ତର୍ଜାତୀୟ ସମୁଦାୟ ଧ୍ୟାନ ଦେବାକୁ ପାକିସ୍ତାନ ଗୁହାରୀ କରିଛି । ପାକିସ୍ତାନର କେତକ ଲୋକ କହୁଛନ୍ତି ଆମର ପ୍ରତିରକ୍ଷା ବଜେଟ୍ ବହୁତ ଅଧିକ । ଏବେ ଆମେ ବଜେଟର ୧୭ ପ୍ରତିଶତ ସ୍ଥଳସେନା, ନୌସେନା ଓ ବାୟୁସେନାରେ ଖର୍ଚ୍ଚ କରୁଛୁ । ଆଉ ବିଗତ ୧୦ ବର୍ଷ ହେଲା ପାକିସ୍ତାନର ପ୍ରତିରକ୍ଷା ଖର୍ଚ୍ଚ ଲଗାତାର କମିବାରେ ଲାଗିଛି । ଏହା ପରେ ବି ପାକିସ୍ତାନୀ ସେନାର କ୍ଷମତା କମିନଥିବା ସେ ଦାବି କରିବା ସହ ଭାରତ ରାଫେଲ କିମ୍ବା ଏସ୍-୪୦୦ ଆଣିଲେ ପାକିସ୍ତାନ ପ୍ରସ୍ତୁତ ଥିବା କହିଛନ୍ତି ।

ତୁଟିନି କାଶ୍ମୀର ମୋହ

ଇଫ୍ତିକାର ସାମ୍ବାଦିକ ସମ୍ମିଳନୀ ଆରମ୍ଭରୁ ସ୍ୱାଧୀନତା ପାଇଁ ଶୁଭେଚ୍ଛା ଜଣାଇବା ସହ କାଶ୍ମୀରକୁ ନେଇ ଭାରତ ଉପରେ ବର୍ଷିଥିଲେ । ସେ କହିଥିଲେ- ଭାରତ ସୁଚିନ୍ତିତ ଭାବେ ଭୌଗଳିକ ସ୍ଥିତିକୁ ପରିବର୍ତ୍ତନ କରି ସେଠାରେ ଥିବା ମୁସଲମାନଙ୍କୁ ବାହାର କରିବାକୁ ଚାହୁଁଛି । କାଶ୍ମୀରବାସୀଙ୍କ ସହ ପ୍ରତାରଣା କରାଯାଉଛି । ଯୁବକ ସହିଦ ହେଉଥିବା ବେଳେ ତାଙ୍କୁ ଆତଙ୍କବାଦୀର ପରିଚୟ ଦିଆଯାଉଛି । ସେନାର ବନ୍ଧୁକ ମୁନରେ କାଶ୍ମୀର ଚାଲୁଛି । ସ୍ଥାନୀୟ ନେତାଙ୍କୁ ପ୍ରାୟ ବର୍ଷେ ଧରି ହେପାଜତରେ ରଖାଯାଇଛି । ଏମିତିରେ ପାକିସ୍ତାନ ପୁରା ଦୁନିଆ ଆଗରେ କାଶ୍ମୀର ପ୍ରସଙ୍ଗ ଉଠାଇବାରେ କୌଣସି ମୌକା ଛାଡ଼ିନାହିଁ ବୋଲି ସେ କହିଛନ୍ତି ।

ମେଜର ଜେନରାଲ ଇଫ୍ତିକାର ଆହୁରି କହିଛନ୍ତି- ମହାମାରୀ ସମୟରେ ଜାତିସଂଘ ମହାସଚିବଙ୍କ ଅନୁରୋଧ ପରେ ବି ଭାରତ ପାରମ୍ପରିକ କାର୍ଯ୍ୟ ଜାରି ରଖିଛି । ଏବଂ ନିର୍ଦ୍ଦୋଷ ଲୋକଙ୍କୁ ହଇରାଣ କରୁଛି । ସେ ଭାରତ ଉପରେ ନକ୍ସଲବାଦ ଓ ସାମ୍ପ୍ରଦାୟିକତା ସୃଷ୍ଟି କରିବାର ଅଭିଯୋଗ କରିଛନ୍ତି ।

Leave a Reply