କରୋନା ଖାତା ଖୋଲିଲା ଜଗତସିଂହପୁର, ଦିନକରେ ୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟର ୧୭ ଜିଲ୍ଲାକୁ କରୋନା ଛୁଇଁଛି । ଜଣେ ବି ସଂକ୍ରମିତ ଚିହ୍ନଟ ହୋଇନଥିବା ଜଗତସିଂହପୁରରୁ ଆଜି ଗୋଟିଏ ଦିନରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ, ଆକ୍ରାନ୍ତମାନଙ୍କ ବିଷୟରେ ସବିଶେଷ ତଥ୍ୟ ଜଣାପଡ଼ିନାହିଁ । ଅନ୍ୟପଟେ ୨ ଆକ୍ରାନ୍ତ ସୁସ୍ଥ ହେବା ପରେ କରୋନା ସଂକ୍ରମିତ ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଥିବା କେନ୍ଦ୍ରାପଡ଼ାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ଏଥିସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୧୨୨ ସକ୍ରିୟ ସଂକ୍ରମିତ ମାମଲା ରହିଛି । ୬୧ ଜଣ ଆରୋଗ୍ୟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଜଗତସିଂହପୁର ଜିଲ୍ଲାରେ ଜାରି ହେଲା କର୍ଫ୍ୟୁ, ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ

 

Leave a Reply