କେଉଁଠୁ ଆସିଲା ୫କୋଟି ଟଙ୍କାର ମୂଲ୍ୟବାନ ରତ୍ନପଥର ?

1 min read
5 crore gemstones seized

ଜୁନାଗଡ଼: କଳାହାଣ୍ଡି ଜୁନାଗଡ଼ ପଳାଶ ଗାଁରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢ଼ାଉ । ଚଢ଼ାଉରେ ୩ କ୍ୱିଣ୍ଟାଲର ମୂଲ୍ୟବାନ ରତ୍ନପଥର ଜବତ ହୋଇଛି । ଚୋରା ରତ୍ନପଥର କାରବାର ନେଇ ଚଢାଉ ବେଳେ ଚୋରା ବ୍ୟବସାୟ କରୁଥିବା ଜଣଙ୍କୁ ଗିରଫ କରାଯାଇଛି । ଗିରଫ ସୁଜିତ କୁମାର ବେହେରାଙ୍କ ଘରୁ ଏହି ବହୁମୂଲ୍ୟ ପଥର ଉଦ୍ଧାର ହୋଇଛି । ଜବତ ରତ୍ନପଥରର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କଳାହାଣ୍ଡି ବିଭିନ୍ନ ସ୍ଥାନରେ ଏସଟିଏଫ ଚଢାଉ ହୋଇଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ସୂଚନା ମିଳିଛି ।

ରତ୍ନପଥରର ମୁଲ୍ୟ ଅଧିକ ରହିଛି ଏବଂ ଏହାର ଚାହିଦା ଦେଶ ବିଦେଶରେ ବହୁତ ଅଧିକ ରହିଛି । ତେବେ ଜବତ ହୋଇଥିବା ରତ୍ନ ପଥରର ମୂଲ୍ୟ ରହିଛି ପାଖାପାଖି ୫କୋଟିରୁ ଉର୍ଦ୍ଧ୍ୱ । ତେବେ ଏସଟିଏଫ ଚଢାଉ ପରେ ଏହାର ଚେର କେଉଁଯାଏଁ ଲମ୍ବିଛି, କେଉଁଠୁ ଆସିଲା ଏହି ରତ୍ନ ପଥର ଏବଂ ଏହାର ମାଷ୍ଟର ମାଇଣ୍ଡ କିଏ ଏନେଇ ଚାଲିଛି ଚନାଘନା । ଲକଡାଉନ ସମୟରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବଢିଥିବାରୁ ତତ୍ପର ହୋଇଛି କ୍ରାଇମବ୍ରାଞ୍ଚ ଏସଟିଏଫ୍  ।

https://youtu.be/-ycquSelQiU

(ଭୁବନେଶ୍ୱରରୁ ଅରୁଣ ସାହୁ)

Leave a Reply