ଅମ୍ଫାନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିଲେ ସାଙ୍ଗରେ କରୋନା ନେଇ ଫେରିଲେ

ଭୁବନେଶ୍ୱର: କଟକ ମୁଣ୍ଡୁଳି ସ୍ଥିତ ଏନ୍‌ଡିଆର୍‌ଏଫ୍‌ ଯବାନଙ୍କୁ କରୋନା । ଜଣେ କି ଦୁଇଜଣ ନୁହେଁ, ଏକାଥରକେ ୫୦ ଜଣ ଯବାନ କରୋନା କବଳରେ ଆସିଛନ୍ତି । ୩ ଦିନ ପୂର୍ବରୁ ଜଣେ ଏନ୍‌ଡିଆାରଏଫ୍‌ ଯବାନଙ୍କ ରକ୍ତ ନମୂନା ପରୀକ୍ଷା ପରେ କରୋନାରେ ସଂକ୍ରମିତ ବୋଲି ଜଣାପଡ଼ିଥିଲା । ଏହାପରେ ସୋମବାର ପୁଣି ୪୯ ଜଣଙ୍କର କରୋନା ପଜିଟିଭ ଆସିଛି ।

୧୭୭ ଜଣ ଯବାନ ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗକୁ ସାହାଯ୍ୟ ପାଇଁ  ଯାଇଥିଲେ । ତେବେ ଅନ୍ୟ ଯବାନ ମାନେ ମୁଣ୍ଡୁଳି ସ୍ଥିତ ଏନ୍‌ଡିଆର୍‌ଏଫ୍‌ ବାଟାଲିୟନରେ କ୍ୱାରେଣ୍ଟାଇନରେ ରହିଛନ୍ତି । ସେପଟେ ଯବାନ ମାନଙ୍କର ଚିକିତ୍ସା ପାଇଁ ୧୩ ଜଣଙ୍କୁ ଭୁବନେଶ୍ୱର ସ୍ଥତି କୋଭିଡ ହସ୍ପିଟାଲ କିମ୍ସକୁ ପଠାଯାଇଛି । ଅନ୍ୟ ୩୬ ଜଣଙ୍କୁ ଆସନ୍ତା କାଲି ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ।

ସୂଚନା ଅନୁଯାୟୀ, କଟକ ସ୍ଥିତ ଏନ୍‌ଡିଆର୍‌ଏଫ୍‌ ର ୧୭୭ ଜଣ ଯବାନ ଅମ୍ଫାନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ । ସେଠାରୁ ଫେରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ୧୭୭ ଜଣ ଯବାନଙ୍କର କୋଭିଡ ଟେଷ୍ଟ ପାଇଁ ସ୍ୱାବ ନିଆଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ପୂର୍ବରୁ ଜଣଙ୍କର ଜଣଙ୍କର କୋଭିଡ ପଜିଟିଭ ଥିବା ରିପୋର୍ଟ ଆସିଥିଲା । ପରେ ସୋମବାର ଅନ୍ୟ ୪୯ ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି ।

Leave a Reply