ଅଫିସରଙ୍କୁ ନୂଆ ବର୍ଷ ଭେଟି, ୪୭ ଆଇପିଏସ୍‌ ଓ ଆଇଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ୱର: ନୂଆବର୍ଷରେ ଅଫିସରଙ୍କୁ ରାଜ୍ୟ ସରକାରଙ୍କ ଉପହାର । ୪୭ ଆଇପିଏସ୍‌ ଓ ଆଇଏଏସ୍‌ଙ୍କୁ ମିଳିଛି ପଦୋନ୍ନତି । ୧୬ ଜଣ ଆଇପିଏସ୍‌ଙ୍କୁ ପଦୋନ୍ନତି ଦିଆଯାଇଛି । ୧୯୯୫ ବ୍ୟାଚର ୩ ଜଣ ଆଇପିଏସ୍‌ଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ରାଧାକ୍ରିଷ୍ଣ ଶର୍ମା, ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ସନ୍ତୋଷ ବାଲାଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ୨୦୦୨ ବ୍ୟାଚର ୨ ଜଣ ଆଇପିଏସ୍‌ ଅଫିସର ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ।ଅମିତ୍ରେନ୍ଦ୍ର ନାଥ ସିହ୍ନା ଓ ନରସିଂହ ଭୋଳ ଆଇଜି ସ୍ତରକୁ ପଦୋନ୍ନତି ହୋଇଛନ୍ତି । ୨୦୦୬ ବ୍ୟାଚର ୫ ଜଣ ଆଇପିଏସ୍‌ ଡିଆଇଜି ପାହ୍ୟ।କୁ ପଦୋନ୍ନତି ପାଇଛନ୍ତି । ଅନିରୁଦ୍ଧ ସିଂହ, ଅନୁପ କୁମାର ସାହୁ, ଅମ୍ରିତା ଦାସ, ଅନୁପ କ୍ରିଷ୍ଣା, ସୁଧା ସିଂହ ଡିଆଇଜି ପାହ୍ୟ।କୁ ପଦୋନ୍ନତି ପାଇଛନ୍ତି । ୨୦୦୭ ବ୍ୟାଚର ଆଇପିଏସ୍‌ ସାର୍ଥକ ଷଡଙ୍ଗୀ, ଅବିନାଶ କମୁ।ର, ନୀତି ଶେଖର ଓ ପଣ୍ଡିତ ରାଜେଶ ଉତ୍ତମରାଓ ସିଲେକ୍ସନ ଗ୍ରେଡକୁ ପଦୋନ୍ନତି ପାଇଛନ୍ତି ।ସେହଭିଳି ୨୭ ଜଣ ଆଇଏଏସ୍‌ଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ୧୯୯୫ ବ୍ୟାଚର ଆଇଏଏସ୍‌ ଅଫିସର ହେମନ୍ତ ଶର୍ମା, ବିଷ୍ଣୁପଦ ସେଠୀ, ଚିତ୍ର ଅରମୁଗମ୍‌ ଓ ସୁଶୀଲ କୁମାର ଲୋହାନିଙ୍କୁ ସରକାର ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ଏହାସହ ଭୁବନେଶ୍ୱର ଡିସିପି ମଧ୍ୟ ବଦଳିବା ସମ୍ଭାବନା ରହିଛି । ପରବର୍ତ୍ତୀ ଡିସିପି ହୋଇପାରନ୍ତି ବୌଦ୍ଧର ପୂର୍ବତନ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ।

Leave a Reply