ମାସ୍କ ନ ପିନ୍ଧି ୪୫ ଲକ୍ଷ ଜରିମାନା ଗଣିଲେ ଅମାନିଆ

ମାସ୍କ ନ ପିନ୍ଧି ୪୫ ଲକ୍ଷ ଜରିମାନା ଗଣିଲେ ଅମାନିଆ। ମହାରାଷ୍ଟ୍ରରେ କରୋନା ସ୍ଥିତି ବିଗୁଡୁ ଥିବା ବେଳେ ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପ୍ରଶାସନ । ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ବେ କେତେକ ସ୍ଥାନରେ ଲୋକମାନେ ନିୟମ ମାନୁ ନ ଥିବା ଦେଖାଯାଇଛି । ମୁମ୍ବାଇ ମହାନଗର ନିଗମ, ଓ୍ବେଷ୍ଟର୍ନ ରେଲଓ୍ବେ, ଓ ସେଣ୍ଟ୍ରାଲ ରେଲଓ୍ବେ ପକ୍ଷରୁ ମାସ୍କ ନ ପିନ୍ଧିଥିବା ଲୋକଙ୍କ ଠାରୁ ଗୋଟିଏ ଦିନରେ ପାଖାପାଖି ୪୫ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ସରକାରୀ କର୍ମଚାରୀଙ୍କୁ ୨ ସିଫ୍ଟରେ କାର୍ଯ୍ୟସ୍ଥଳୀକୁ ଆସିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ସେପଟେ ଦିଲ୍ଲୀରେ ପ୍ରବେଶ କରିବାକୁ ହେଲେ ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବରୁ ଆସୁଥିବା ଲୋକମାନଙ୍କ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ୨୬ ଫେବୃୟାରୀରୁ ଏହି ନିୟମ ଲାଗୁ କରାଯାଇଥିବା ବେଳେ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ନିୟମ ଜାରି ରହିବ ।

Leave a Reply