କ୍ୟାନସରରେ ଆଖି ବୁଜିଲେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତ

1 min read

ଭୁବନେଶ୍ୱର: ଆଖିବୁଜା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସୁସ୍ଥ ହୋଇଥିବା ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପଶ୍ଚିମବଙ୍ଗ ମେଦିନାପୁରର । ସେ ଗତ ୭ ତାରିଖରେ ପଶ୍ଚିମ ମେଦିନାପୁରରୁ ଆମ୍ବୁଲାନ୍ସରେ ଆସି ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୯ ତାରିଖରେ ତାଙ୍କ ନମୁନା ପଜିଟିଭ୍ ଆସିଥିଲା । ପରେ ତାଙ୍କୁ କିମ୍ସସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଆପୋଲ ହସ୍ପିଟାଲରେ ଥିଲେ ମେଦିନାପୁରର କରୋନା ଆକ୍ରାନ୍ତ

୨୧ ଦିନର ଚିକିତ୍ସା ପରେ ଆଜି ୪୪ ନମ୍ବର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୭୦ ବର୍ଷ । ପୂର୍ବରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଏପ୍ରିଲ ୬ରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା ।  ଅନ୍ୟପଟେ ରାଜ୍ୟରେ ଏବେ ୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୯ ରହିଛି ।

ମୃତକ ଜଣଙ୍କ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିଲେ ମଧ୍ୟ ପିଟ୍ୟୁଟାରୀ ଟ୍ୟୁମରରେ ଆକ୍ରାନ୍ତ ଥିବାରୁ ତାଙ୍କୁ ଡିସଚାର୍ଜ କରାଯାଇ ନଥିଲା । ଆଜି ସେପ୍ଟିକ୍ ସକ୍ ଓ ବିଭିନ୍ନ ଅଙ୍ଗ କାମ ନକରିବାରୁ ସକାଳେ ତାଙ୍କର ମୃତ୍ୟୁ ହୋଇଛି । ସେ କୋଭିଡରୁ ସୁସ୍ଥ ହୋଇଥିବାରୁ ମୃତ୍ୟୁକୁ କରୋନା ମୃତ କୁହାଯିବ ନାହିଁ ବରଂ ସେ କ୍ୟାନସରରେ ମୃତ୍ୟୁ ବରଣ କରିଛନ୍ତି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ନଜର ପକାନ୍ତୁ ରାଜ୍ୟର କରୋନା ଟେବୁଲ୍ ଉପରେ ।

ଜିଲ୍ଲା ଆକ୍ରାନ୍ତ ସୁସ୍ଥ ମୃତ
ଖୋର୍ଦ୍ଧା ୪୬ ୧୮
ଭଦ୍ରକ ୦୮ ୦୨ ୦୦
ବାଲେଶ୍ୱର ୦୮ ୦୦ ୦୦
ଯାଜପୁର ୦୭ ୦୧ ୦୦
ସୁନ୍ଦରଗଡ଼ ୦୩ ୦୨ ୦୦
କଳାହାଣ୍ଡି ୦୨ ୦୨ ୦୦
କେନ୍ଦ୍ରାପଡ଼ା ୦୨ ୦୧ ୦୦
କଟକ ୦୧ ୦୧ ୦୦
ପୁରୀ ୦୧ ୦୧ ୦୦
ଢେଙ୍କାନାଳ ୦୧ ୦୧ ୦୦
ମୋଟ ୭୯ ୨୯

ପଶ୍ଚିମବଙ୍ଗର ସୁସ୍ଥ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କୋଲକାତା ଲିଙ୍କ୍ ରାଜ୍ୟରେ ସଂକ୍ରମଣ ମାମଲାକୁ ବଢ଼ାଇ ଚାଲିଛି । ସୋମବାର ଗୋଟିଏ ଦିନରେ ଯାଜପୁର ଓ ଭଦ୍ରକରୁ ଚିହ୍ନଟ ୧୦ ସଂକ୍ରମିତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ଥିବା ଜଣାପଡ଼ିଥିଲା । ରାଜ୍ୟ ସରକାର ୨୮ ଦିନ ମଧ୍ୟରେ ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତଙ୍କୁ ସରପଞ୍ଚ, ବିଡିଓଙ୍କ ନିକଟରେ ରେଜିଷ୍ଟ୍ରେସନ୍ କରିବା ସହ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ୫, ସୁନ୍ଦରଗଡ଼ରୁ ଜଣେ

Leave a Reply