ରାଜ୍ୟରେ ଥମୁନି କରୋନା ସଂକ୍ରମଣ, ଖୋର୍ଦ୍ଧା ଓ କଟକରେ ସର୍ବାଧିକ ରେକର୍ଡ

1 min read

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୩୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୨୫୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮୨୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ରାଜ୍ୟରେ ଏ ପର୍ଯ୍ୟନ୍ତ ୨୯ ଲକ୍ଷ ୫୬ ହଜାର ୩୦୧ ଜଣଙ୍କର କମୁଲେଟିଭ ଟେଷ୍ଟ ହୋଇଥିବା ବେଳେ ୧ ଲକ୍ଷ ୯୬ ହଜାର ୮୮୮ ଜଣ ମୋଟ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୫୭ ହଜାର ୨୬୫ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ହଜାର ୮୧୮ ଜଣ ଏବେ ସକ୍ରିୟ ରହିଛନ୍ତି ।

ରାଜ୍ୟରେ ୪୩୪୦ କରୋନା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୩ ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୫୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୬୨, ବରଗଡ଼ରୁ ୧୦୮, ଭଦ୍ରକରୁ ୧୦୫, ବଲାଙ୍ଗିରରୁ ୫୩, ବୌଦ୍ଧରୁ ୬୭, ଦେବଗଡ଼ରୁ ୨୨, ଢ଼େଙ୍କାନାଳରୁ ୫୬, ଗଜପତିରୁ ୧୯,  ଗଞ୍ଜାମରୁ ୯୦, ଜଗତସିଂହପୁରରୁ ୧୯୩, ଯାଜପୁରରୁ ୧୫୧, ଝାରସୁଗୁଡ଼ାରୁ ୧୭୪, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୧୪୩, କେନ୍ଦ୍ରାପଡ଼ାରୁ ୧୦୯, କେନ୍ଦୁଝରରୁ ୯୦, କୋରାପୁଟରୁ ୭୭, ମାଲକାନାଗିରିରୁ ୩୪, ମୟୂରଭଞ୍ଜରୁ ୧୨୭, ନବରଙ୍ଗପୁରରୁ ୧୪୩, ନୟାଗଡ଼ରୁ ୮୪, ନୂଆପଡ଼ାରୁ ୭୪, ପୁରୀରୁ ୨୦୩, ରାୟଗଡ଼ାରୁ ୬୨, ସମ୍ବଲପୁରରୁ ୧୩୦, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୧୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

Leave a Reply