ଲକ୍‌ଡାଉନ୍‌ ପାଇଁ ବାଙ୍ଗାଲୁରୁରେ ଫସି ରହିଛନ୍ତି ୪୧ ଓଡ଼ିଆ ଶ୍ରମିକ

ବାଙ୍ଗାଲୁରୁରେ ଫସି ରହିଛନ୍ତି ୪୧ ଓଡ଼ିଆ ଶ୍ରମିକ । ଲକ୍‌ଡାଉନ୍‌ ଘୋଷଣା ପରେ ଶ୍ରମିକ ଫେରିପାରି ନାହାନ୍ତି ଘରକୁ । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ ସୁରପ୍ରତାପପୁର ଗାଁର ୪୧ ଜଣ ଶ୍ରମିକ ଦାଦନ ଖଟିବାକୁ ଯାଇଥିଲେ ବାଙ୍ଗାଲୁରୁ ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ, ୯୪ ଲକ୍ଷ ପରିବାରକୁ ଦିଆଯିବ ୧ ହଜାର ଲେଖାଏଁ  ଟଙ୍କା

ବୋମସାନ୍ଦ୍ରର ଏକ କାରଖାନାରେ କାମ କରୁଥିଲେ ଶ୍ରମିକ । ବକେୟା ଦରମା ଶ୍ରମିକଙ୍କୁ ମିଳି ନଥିବା ବେଳେ ଏବେ ଘରକୁ ବି ଫେରି ପାରୁ ନାହାନ୍ତି । ଲକ୍‌ଡାଉନ୍‌ ଯୋଗୁ ଠିକ୍‌ ଭାବରେ ଖାଇବାକୁ ମିଳୁ ନ ଥିବା କହିଛନ୍ତି ଶ୍ରମିକ । ସମସ୍ତଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଶ୍ରମିକ ।

Leave a Reply