ଗଜପତିରେ ୪ ନୂଆ କରୋନା ଆକ୍ରାନ୍ତ

ଗଜପତି: ଗଜପତିରେ ଆଉ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏନେଇ ଗଜପତି ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଏହି ୪ ଆକ୍ରାନ୍ତ ମଣ୍ଟିଗୁଡ଼ା, ତାଟିପତି ଓ ଜଗନ୍ନାଥପୁର କଣ୍ଟେନ୍‌ମେଣ୍ଟ ଅଞ୍ଚଳର ବୋଲି ଜଣାପଡ଼ିଛି । ତେଣୁ ଲୋକମାନେ ଏହାକୁ ନେଇ ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

ତେବେ ୪ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୦ ବର୍ଷୀୟ ପୁରୁଷ ରହିଛନ୍ତି । ସେ ମଣ୍ଟିଗୁଡ଼ା ସିଆଳି ପଞ୍ଚାୟତର କାଶି ନଗର ଅଞ୍ଚଳର । ସେ ଆନ୍ଦ୍ରପ୍ରଦେଶ ନେଲୋରରୁ ଫେରିଛନ୍ତି । ଗତ ୧୬.୦୩.୨୦ ରୁ ୩୦.୦୩.୨୦ ପର୍ଯ୍ୟନ୍ତ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ତାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗର ତୀକ୍ଷ୍ନ ନଜର ରହିଥିଲା । ଧିରେ ଧିରେ ତାଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଯାଇଥିଲା ।

ସେହିଭଳି ଆଉ ଜଣେ ହେଉଛନ୍ତି ୩୬ ବର୍ଷୀୟ ପୁରୁଷ ତାଟିପତି ଗୋଷାଣୀ ବ୍ଲକ୍‌ ଅଞ୍ଚଳର । ସେ ଜଣେ କାର୍‌ ଡ୍ରାଇଭର, ଯିଏ କି ଆନ୍ଧ୍ରପଦେଶର ଗୋପିଲି ଅଞ୍ଚଳରେ କାମ କରୁଥିଲେ । ଗାଁ ଲୋକଙ୍କ ଠାରୁ ସୂଚନା ପାଇ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ତାଙ୍କ ନକଟରେ ପହଞ୍ଚିଥିଲେ ଏବଂ ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ । ସେ ୩୦.୦୪.୨୦ ରୁ ୧୪.୦୫.୨୦ ପର୍ଯ୍ୟନ୍ତ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।

ସେହିଭଳି ତୃତୀୟ ଆକ୍ରାନ୍ତ ହେଉଛନ୍ତି, ଜଗନ୍ନାଥପୁରର ୪୨ ବର୍ଷୀୟ ଯୁବକ । ସେ ଏବେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ଚତୁର୍ଥ ଆକ୍ରାନ୍ତ ହେଉଛନ୍ତି ଜଣେ ମୁମ୍ବାଇ ଫେରନ୍ତା ।

Leave a Reply