କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ: ଆଗୁଆ ଦିଆଯିବ ୪ ମାସର ଭତ୍ତା

1 min read

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ । ଅଗ୍ରୀମ ଭତ୍ତା ଦେବେ ରାଜ୍ୟ ସରକାର । ଏପ୍ରିଲ, ମେ’, ଜୁନ୍‌ ଓ ଜୁଲାଇ ମାସର ଭତ୍ତା ଆଗୁଆ ଦିଆଯିବ । ଏହାଦ୍ଵାରା ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ୨୮ ଲକ୍ଷ ମଧୁବାବୁ ପେନସନ ହିତାଧିକାରୀଙ୍କୁ ଭତ୍ତା ମିଳିବ।

ଏନଏସଏପିର ୨୦ଲକ୍ଷ ହିତାଧିକାରୀଙ୍କୁ ବି ଭତ୍ତା ମିଳିବ। ଚଳିତ ମାସ ୧୯ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସଂଗ୍ରହ କରାଯିବା ସହ  ଚଳିତ ମାସ ଶେଷ ସୁଦ୍ଧ ଭତ୍ତା ଦିଆଯିବ ।  ତେବେ ଭତ୍ତା ଆଣିବାକୁ ଯିବା ବେଳେ ସ୍ୱଚ୍ଛତାକୁ ଗୁରୁତ୍ବ ଦିଆଯିବ। ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ସୂଚନା ଦେଇଛନ୍ତି ।

ଦେଶ ପରେ ଦେଶ ବ୍ୟାପିବାରେ ଲାଗିଛି କରୋନା ଭାଇରସ୍‌ । ଏଭିଳ ସମୟରେ ଏହାକୁ ବ୍ୟାପିବାରୁ ରୋକିବା ଲାଗି  ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବରୁ ସିନେମା ହଲ୍, ମାର୍କେଟ କମ୍ଫ୍ଳେକ୍ସ, ସ୍କୁଲ, କଲେଜ ବନ୍ଦ କରାଯାଇଥିବା ବେଳେ ବହୁ ସଂଖ୍ୟାରେ ସମାଗମ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଅର୍ଥାତ ସଭା ସମିତି, ଭୋଜି ଭଳି କାର୍ଯ୍ୟକମ ଆୟୋଜନ ଉପରେ କଟକଣା ଲଗାଯାଇଛି । ବିିଭିନ୍ନ ଜାନି ଯାତ୍ରାକୁ ମଧ୍ୟ ବନ୍ଦ କରାଯିବା ସହ ରାଜ୍ୟର କିଛି ପର୍ଯ୍ୟଟନସ୍ଥଳୀରେ  ୧୪୪ ଧାରା ଲାଗୁ କରାଯାଇଛି । ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ବାରଣ କରାଯାଉଛି ।

Four months allowance will be paid in advance

କରୋନା ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ । ଅଗ୍ରୀମ ଭତ୍ତା ଦେବେ ରାଜ୍ୟ ସରକାର । ଏପ୍ରିଲ, ମେ’, ଜୁନ୍‌ ଓ ଜୁଲାଇ ମାସର ଭତ୍ତା ଆଗୁଆ ଦିଆଯିବ । ଏହାଦ୍ଵାରା ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । #Corona #Allowance #NandighoshaTV

Nandighosha TV यांनी वर पोस्ट केले मंगळवार, १७ मार्च, २०२०

Leave a Reply