ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ, ୧୭ଟି ଆସନ ପାଇଁ ହେଉଛି ଭୋଟଗ୍ରହଣ

ଝାଡଖଣ୍ଡ: ଆଜି ଝାଡଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ତୃତୀୟ ପର୍ଯ୍ୟାୟରେ ୧୭ଟି ଆସନ ପାଇଁ ହେଉଛି ଭୋଟଗ୍ରହଣ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ନକ୍ସଲ ପ୍ରବଣ ଅଞ୍ଚଳରେ ଅପରାହ୍ନ 3ଟା ଯାଏଁ ମତଦାନ ହେବ । ତେବେ ରାଞ୍ଚି, ହଟିଆ, କାଙ୍କେ, ରାମଗଡ଼ ଏବଂ ବରକଠା ରେ ସଂଧ୍ୟା ୫ଟା ଯାଏଁ ମତଦାନ ଅନୁଷ୍ଠିତ ହେବ ।

ମଇଦାନ ୩୦୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୩୨ ମହିଳା ଏବଂ ୯୯ ନିର୍ଦ୍ଦଳୀୟ ପ୍ରାର୍ଥୀ ଅଛନ୍ତି । ଅନ୍ୟପଟେ ତୃତୀୟ ପର୍ଯ୍ୟାୟରେ ୫୬ଲକ୍ଷ ୧୮ ହଜାର ୨ଶହ ୬୭ ମତଦାତା ମତଦାନ ସାବସ୍ତ୍ୟ କରୁଛନ୍ତି । ସେ ମଧ୍ୟରେ  ୨୯ଲକ୍ଷ ୩୭ ହଜାର ୯୭୬ ପୁରୁଷ ଏବଂ ୨୬ ଲକ୍ଷ ୮୦ ହଜାର ୨ଶହ ୫ ମହିଳା ଭୋଟ ଅଛନ୍ତି । ୮୬ ତୃତୀୟ ଲିଙ୍ଗ ଭୋଟ ଥିବା ବେଳେ ୧ଲକ୍ଷ ୪୪ହଜାର ୧୫୩ ନୂଆ ଭୋଟର ଅଛନ୍ତି । ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସିସିଟିଭି ଏବଂ ଡ୍ରୋନ ନଜରେ ରହିଛି ବୁଥ ।

ଅନ୍ୟପଟେ ଦୁର୍ଗମ ଅଞ୍ଚଳ ଗୁଡିକରେ ପୋଲିଂ ଟିମ ପାଇଁ ହେଲିକପଟରର ବ୍ୟବସ୍ଥା କରାଯାଇଛି । ସମସ୍ତ ଚରଣ ମତଦାନ ଶେଷ ପରେ ଆସନ୍ତା ୨୩ ତାରିଖରେ ହେବ ଭୋଟ ଗଣତି ।

Leave a Reply