ଯାଜପୁରରେ ୨୮ ଦିନରେ ୩୯ କରୋନା ସଂକ୍ରମିତ ଚିହ୍ନଟ

ଯାଜପୁର: ବଢ଼ୁଛି ଯାଜପୁର ଜିଲ୍ଲାର କରୋନା ଗ୍ରାଫ୍ । ୨୮ ଦିନ ମଧ୍ୟରେ ଜିଲ୍ଲାରେ ୩୯ ଜଣ କରୋନା ପଜିଟିଭ୍ କେସ୍ ଆସିଛି । ଏପ୍ରିଲ୍ ୩ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବ୍ରହ୍ମବରଦା ଅଞ୍ଚଳର ସଂକ୍ରମିତ ଜଣଙ୍କ ନିଜାମୁଦ୍ଦିନ ଫେରନ୍ତା ବୋଲି ଜଣାପଡ଼ିଥିଲା । ଇତି ମଧ୍ୟରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।

ପରେ ଏପ୍ରିଲ୍ ୧୩ ତାରିଖରେ ଗୋଟିଏ ମାମଲା ଚିହ୍ନଟ ହୋଇଥିଲା । ୨୦ ତାରିଖରେ ୫ଟି ପଜିଟିଭ୍ କେସ୍, ୨୨ ତାରିଖରେ ଆଉ ଗୋଟିଏ, ୨୩ ତାରିଖରେ ୪ଟି କେସ୍, ୨୫ ତାରିଖରେ ୬ଟି, ୨୭ ତାରିଖରେ ଗୋଟିଏ, ୨୯ ତାରିଖରେ ୩ଟି କେସ୍ ଆସିଥିଲା ।

୩୦ ତାରିଖରେ ସବୁ ରେକର୍ଡ ଭାଙ୍ଗି ଗୋଟିଏ ଦିନରେ ଜିଲ୍ଲାରେ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୯ ଓ ୩୦ ତାରିଖ ଦୁଇଦିନରେ ଚିହ୍ନଟ ହୋଇଥିବା ସମସ୍ତ ୧୭ ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଥିଲା । ମେ ୧ରେ ୩ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବା ବେଳେ ସେମାନେ ମଧ୍ୟ କୋଲକାତା ଫେରନ୍ତା ବୋଲି ପ୍ରଶାସନ ସୂଚନା ଦେଇଛି ।

ରାଜ୍ୟରେ ସର୍ବାଧିକ ୪୭ ଆକ୍ରାନ୍ତଙ୍କ ସହ ଖୋର୍ଦ୍ଧା ଜିଲ୍ଲା ଉପରେ ଥିବାବେଳେ ୩୯ ଆକ୍ରାନ୍ତଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର । ଜିଲ୍ଲାରେ ଏଯାବତ୍ ୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୮ ରହିଛି ।

ଜିଲ୍ଲାରେ ୩୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟାର ୨୬.୪ ପ୍ରତିଶତ ହେଉଛନ୍ତି ଯାଜପୁର ଜିଲ୍ଲାର ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

Leave a Reply