ସରକାରୀ ଚାକିରିରେ ମହିଳାଙ୍କୁ ମିଳିବ ୩୩ ପ୍ରତିଶତ ସଂରକ୍ଷଣ

1 min read
33 Percent Reservation To Women In Government Jobs In Punjab

ଚଣ୍ଡିଗଡ଼: ମହିଳାଙ୍କ ପାଇଁ ଖୁସି ଖବର । କଂଗ୍ରେସ ଶାସିତ ପଞ୍ଜାବ ସରକାର ମହିଳାଙ୍କ ଲାଗି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବରେ ସରକାରୀ ଚାକିରିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦ୍ରର ସିଂହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ପଞ୍ଜାବର ମହିଳାଙ୍କ ପାଇଁ ନିଆଯାଇଥିବା ସଂରକ୍ଷଣ ନିଷ୍ପତ୍ତିକୁ ଅମରିନ୍ଦ୍ରର ସିଂହ ଐତିହାସିକ କହିଛନ୍ତି । ପଞ୍ଜାବ କ୍ୟାବିନେଟ୍ ସରକାରୀ ଚାକିରିରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣକୁ ମଞ୍ଜୁରୀ ଦେଇଛି । ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିସହ ରାଜ୍ୟ ସରକାର ପଞ୍ଜାବ ସିଭିଲ୍ ସେବା ନିୟମ୍ ୨୦୨୦କୁ ଅନୁମୋଦନ ଦେଇଛନ୍ତି ।

33 Percent Reservation To Women In Government Jobs In Punjab

ଅଦାଲତ ଓ ଆଇନ୍ ଫାସରେ ଫସିଥିବା ମାମଲାକୁ ସମୟ ବଞ୍ଚାଇ ଆଗକୁ ବଢ଼ାଇବା ପାଇଁ ପଞ୍ଜାବ କ୍ୟାବିନେଟ୍ ସିଭିଲ୍ ସଚିବାଳୟ (ରାଜ୍ୟ ସେବା ବର୍ଗ-୨) ନିୟମ, ୧୯୭୬ରେ ସଂଶୋଧନ କରି କ୍ଲର୍କ କ୍ୟାଡର ଗଠନ କରିଛନ୍ତି । ଏହା ବାଦ୍ କ୍ୟାବିନେଟ୍ ରାଜ୍ୟ ରୋଜଗାର ଯୋଜନା, ୨୦୨୦-୨୨କୁ ଅନୁମୋଦନ ପ୍ରଦାନ କରିଛି । ଯାହା ଦ୍ୱାରା ୨୦୨୨ ମଧ୍ୟରେ ରାଜ୍ୟର ଏକ ଲକ୍ଷ ଶିକ୍ଷିତ ଯୁବପିଢ଼ିଙ୍କୁ ରୋଜଗାର ମିଳିବ । ଏହି ଯୋଜନାରେ ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦରେ ନିଯୁକ୍ତି ଦିଆଯିବ ।

Leave a Reply