ଦେଶରେ ୫ ହଜାର ଡେଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ଆଖି ବୁଜିଲେ ୩୨ ଆକ୍ରାନ୍ତ

1 min read

ନୂଆଦିଲ୍ଲୀ: କାବୁ ହେଉନି କରୋନା । ଦେଶରେ କାୟା ବିସ୍ତାର କରି ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି । ମଙ୍ଗଳବାର ଗୋଟିଏ ଦିନରେ ସାରା ଦେଶରେ ୭୭୩ଟି କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି ।

ସେହିଭଳି ମଙ୍ଗଳବାର ମୃତ୍ୟୁବରଣ କରିଛନ୍ତି ୩୨ ଜଣ କରୋନା ସଂକ୍ରମିତ । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୯୪କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।

ଦେଶରେ ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ମହଜୁଦ୍ ରହିଛି । ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।

Leave a Reply