ବାତ୍ୟା ‘ବୁଲବୁଲ୍’ ପାଇଁ ବାଲେଶ୍ୱରରେ ୩୧୧ ଜଣଙ୍କୁ ସ୍ଥାନାନ୍ତର

1 min read

ବାଲେଶ୍ୱର: ସୀମାନ୍ତ ପଶ୍ଚିମବଙ୍ଗରେ ମାଡ଼ ହେବ ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବୁଲବୁଲ୍’ । ୯ ତାରିଖରେ ମଧ୍ୟରାତ୍ରରେ ବାତ୍ୟା ସ୍ଥଳଭାଗ ଛୁଇଁବ । ଏହା ପ୍ରଭାବରେ ବାଲେଶ୍ୱର ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୩୧୧ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି ।

FILE PHOTO

ଭୋଗରାଇ ବ୍ଲକରେ ୨୭, ବାଲିଆପାଳ ବ୍ଲକରେ ୧୭୫, ଜଳେଶ୍ୱର ବ୍ଲକରେ ୯୧ ଓ ବାହାନଗା ବ୍ଲକରୁ ୧୮ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରଣ କରାଯାଇଛି । ପବନର ମାତ୍ରା ସାମାନ୍ୟତମ ଓ ବର୍ଷାର ପରିମାଣ ମଧ୍ୟମ ଧରଣର ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ତେବେ ପଶ୍ଚିମବଙ୍ଗ ସୀମାରେ ଥିବାରୁ ବର୍ଷା ଓ ପବନର ମାତ୍ରା ବଢ଼ିବାର ସମ୍ଭାବନା ରହିଛି । ସମସ୍ତ ପ୍ରକାର ସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି । ')}

Leave a Reply