ଓଡ଼ିଶାରୁ ୩୦୦ ଜଣିଆ ଟିମ୍‌ ଗଲେ ପଶ୍ଚିମବଙ୍ଗ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଗଲେ ୩୦୦ କର୍ମଚାରୀ ! ବାତ୍ୟା ପରବର୍ତ୍ତି ସମୟରେ ରିଲିଫ୍‌ ଓ ପୁନରୁଦ୍ଧାର କାମରେ ସହାୟତା କରିବାକୁ ଓଡ଼ିଶାରୁ ଅଗ୍ନିଶମ ବିଭାଗ ପକ୍ଷରୁ ୩୦୦ ଜଣଙ୍କୁ ପଶ୍ଚିମବଙ୍ଗ ପଠାଯାଇଛି । ଅଗ୍ନୀଶମ ଅଧିକାରୀ ଓ ଯବାନମାନଙ୍କୁ ନେଇ ପୁରା ଟିମ୍‌ ଶନିବାର ରାତିରେ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସମସ୍ତ ଅଧିକାରୀ ଓ ଯବାନ ସ୍ୱତନ୍ତ୍ର ପିପି କିଟ୍‌ ପରିଧାନ କରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ।

ଏଥି ସହିତ ଯବାନ ମାନେ ଓ ଅଗ୍ନିଶମ ବିଭାଗ ଆବଶ୍ୟକ ଯନ୍ତ୍ରପାତି, ବୋଟ୍‌ ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି । ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସହାୟତାର ପ୍ରତିଶ୍ରୁତି ଦେଇଥିଲେ ।

Leave a Reply