ବିଷାଦ ନେଲା ଆନନ୍ଦଙ୍କ ଜୀବନ, କ୍ୱାରେଣ୍ଟାଇନ ସେଣ୍ଟରରୁ ବାଛିନେଲେ ଶେଷରାସ୍ତା

1 min read

ବଣାଇ: ଡରାଇଲା ଏକାନ୍ତବାସ । ଗୋଡ଼ାଇ ଖାଇଲା ମାନସିକ ଦୁଶ୍ଚିନ୍ତା । ଶେଷରାସ୍ତାର ପଥିକ ସାଜିଲେ କରୋନା ସନ୍ଦିଗ୍ଧ । କରୋନା ଭୟ ଓ ଏକାନ୍ତବାସର ଅବସାଦ ଭିତରେ ୩୦ ବର୍ଷୀୟ ଯୁବକ ପ୍ରାଣ ଯାଇଥିବା ଅଭିଯୋଗ ହୋଇଛି। ବଡ଼ଗାଁ ମତଲବଗଡ଼ର ଆନନ୍ଦ ଲାକ୍ରା । ପେଟପାଟଣା ସନ୍ଧାନରେ ମହାରାଷ୍ଟ୍ର ଯାଇ, ଦେଢମାସ ତଳେ ଫେରିଥିଲେ ଭିଟାମାଟିକୁ । ମଙ୍ଗଳବାର ଥଣ୍ଡା ଓ କାଶ ହେବାରୁ, ଯାଇଥିଲେ ଗୁରୁଣ୍ଡିଆ ସ୍ୱାସ୍ଥ୍ୟକେନ୍ଦ୍ର ।

ଡାକ୍ତର ଚିକିତ୍ସା ପରେ ତାଙ୍କୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇଦେଇଥିଲେ । ମାତ୍ର କରୋନା ଭୟ ଆନନ୍ଦଙ୍କ ମନରେ ଭରି ଦେଇଥିଲା ମାନସିକ ଅବସାଦ । ଶେଷରେ ଆନନ୍ଦ ବାଛି ନେଇଥିଲେ ଶେଷ ବାଟ । ବିଦ୍ୟାଳୟ ପରିସରରେ ଏକ ଗଛରୁ ଉଦ୍ଧାର କରାଯାଇଛି ଆନନ୍ଦଙ୍କ ମୃତଦେହ । ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ସେପଟେ ବୟସର ଅପରାହ୍ଣରେ ଏବେ ଏକୁଟିଆ ହୋଇ ଯାଇଛନ୍ତି ବିଧବା ମାଆ ।

ହୁଏତ ଏକାନ୍ତବାସର ସଂଜ୍ଞା ବୁଝିନଥିବେ ଏହି ନିରୀହ ଆଦିବାସୀ ଯୁବକ । କରୋନାର ଲକ୍ଷଣ ବିଷୟରେ ବି ବିଶେଷ ଅଭିଜ୍ଞତା ନଥିବ । ହେଲେ ଅବସାଦର ଅଶ୍ରୁ ଆନନ୍ଦଙ୍କ ଜୀବନରେ ଭରି ଦେଇଥିଲା ଘନ ଅନ୍ଧାର, ଯେଉଁ ଅନ୍ଧାର ଭିତରୁ ଫେରିବା ତାଙ୍କ ପାଇଁ ଅସମ୍ଭବ ହୋଇ ପଡିଥିଲା ।

https://www.facebook.com/nandighoshatv/videos/2599889963634108

Leave a Reply