‘ରାଜ୍ୟରେ ୩୦ଟି ସାଇନ୍ସ ପାର୍କ ଖୋଲାଯିବ’

ଭୁବନେଶ୍ୱର: ଶନିବାର ଗୃହର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାଇନ୍ସ ପାର୍କ ଖୋଲିବା ପାଇଁ ଆଲୋଚନା। ଏନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ରାଜ୍ୟରେ ମୋଟ ୩୦ ଟି ସାଇନ୍ସ ପାର୍କ କରାଯିବା  । ପ୍ରଥମ ପର୍ଯ୍ୟାୟରେ ୧୦ ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୧୦ ଟି ସାଇନ୍ସ ପାର୍କ ଖୋଲିବା ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଏହାସହ ଭୁବନେଶ୍ୱର ଗୋଟିଏ ସାଇନ୍ସ ପାର୍କ ରହିଛି । ଏହାସହ  ୪ଟି ସ୍ଥାନରେ  ସାଇନ୍ସ ପାର୍କ କରିବା ନେଇ ଟେଣ୍ଡର ପ୍ରକ୍ରିୟା ଶେଷ କରିଛନ୍ତି । ରାଜ୍ୟର ବାରିପଦା, କେନ୍ଦୁଝର ,ଗୋପାଳପୁର ଓ ରାୟଗଡା ଠାରେ ସାଇନ୍ସ ପାର୍କ ହେବ । ଏହାସହ ରାଉରକେଲା ଏବଂ ବଲାଙ୍ଗୀର ରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି  ଆରମ୍ଭ କରିଛନ୍ତି । ଏନେଇ ଗୃହରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ।

ଏଥିସହିତ ପଢ଼ନ୍ତୁ: ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ କଡ଼ାକଡ଼ି: ୭ ଦିନଆ ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ

Leave a Reply