ଟାଙ୍ଗିଆ ଚୋଟରେ ଗଲା ୩ ଜୀବନ, ଝିଅ-ଜ୍ୱାଇଁ ସହ ମାଆକୁ ମାରିଲା ପଡ଼ୋଶୀ

କୁଚିଣ୍ଡା: କୁଚିଣ୍ଡା ମହୁଲପାଲି ଥାନା ଲପଡା ଗାଁରେ ଟ୍ରିପଲ ମର୍ଡର । ଜମିଜମା ଗଣ୍ଡଗୋଳକୁ ନେଇ ଘଟିଛି ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ତିନିଜଣଙ୍କୁ ହତ୍ୟା । ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା କଲା ପଡୋଶୀ । ମାଆ, ଝିଅ ଓ ଜ୍ୱାଇଁଙ୍କୁ ହତ୍ୟା । ବିଲରେ ଜ୍ୱାଇଁଙ୍କ ମୃତଦେହ ପଡିଥିବା ବେଳେ, ଘରେ ପଡିଛି ମାଆ ଓ ଝିଅଙ୍କ ମୃତଦେହ ।  ଜମିଜମା ଗଣ୍ଡଗୋଳକୁ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ତେବେ ଜମିଜମା କାରଣ ନେଇ ଅସନ୍ତୋଷ ସୃଷ୍ଟି ହେବା ପରେ ପଡୋଶୀ ଜଣକ ରାଗରେ ଗୋଟିଏ ଘରର ୩ ସଦସ୍ୟଙ୍କୁ ମାରିଥିବା ଜଣାପଡିଛି ।

ମାଆ ଓ ଝିଅଙ୍କ ମୃତଦେହ ଘରେ ମିଳିଥିବାବେଳେ ଜ୍ୱାଇଁଙ୍କ ମୃତଦେହ ବିଲରୁ ଉଦ୍ଧାର କରାଯାଇଛି । ଜମିଜମା ଗଣ୍ଡଗୋଳ ନେଇ ନୃଶଂସ ଭାବେ ୩ ଜଣଙ୍କୁ ହତ୍ୟା କରାଯାଇଛି । ସୂଚନାନୁସାରେ ଉଭୟ ପରିବାର ମଧ୍ୟରେ ଅନେକ ଦିନରୁ ସରକାରୀ ଜମି ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା । ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ଜମି ନେଇ ପାଟିତୁଣ୍ଡ କରିଥିଲା । ଫଳରେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଶେଷରେ ବିଲରେ ହିଁ ଟାଙ୍ଗିଆରେ ମାରି ପରିବାରର ଜ୍ୱାଇଁକୁ ହତ୍ୟା କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇବା  ପରେ ଝିଅ ଓ ମାଆ ଘଟଣାସ୍ଥଳରେ ପହଞ୍ଚି ଥିଲେ ।  ଅଭିଯୁକ୍ତ ବିଷୟରେ ଅଭିଯୋଗ କରିବା ପାଇଁ ଗାଁ ଲୋକଙ୍କ ପାଖକୁ ଆସୁଥିଲେ । ହେଲେ ଗାଁ ଲୋକଙ୍କ ଉପସ୍ଥିତିରେ ଏକ ମଣ୍ଡପରେ, ଅଭିଯୁକ୍ତ ଉଭୟ ମାଆ ଝିଅଙ୍କୁ ଗୋଡ଼ାଇ ଗୋଡ଼ାଇ ମାରି ତାଙ୍କୁ ହତ୍ୟା କରିଥିଲା । ସମସ୍ତ ଘଟଣା ଘଟିଯିବା ପରେ ଗ୍ରାମବାସୀ ପୋଲିସକୁ ଜଣାଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave a Reply