ଅଧିକ ଶକ୍ତିଶାଳୀ ହେଉଛି ବିଜେଡି, ଦଳରେ ସାମିଲ ହେଲେ ୩ ହଜାର କଂଗ୍ରେସ ଓ ବିଜେପି କର୍ମୀ

ନବରଙ୍ଗପୁର: ନବରଙ୍ଗପୁରରେ ମଉଳୁଛି ପଦ୍ମ ହଟୁଛି ହାତ। ଅଧିକରୁ ଅଧିକ ବଢୁଛି ବିଜେଡିର ଶକ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମୋଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବ ମୂର୍ତ୍ତିରେ ଅନୁପ୍ରାଣିତ ହେଉଛନ୍ତି ନବରଙ୍ଗପୁର ଜିଲ୍ଲାବାସୀ। ଏହାର ଏକ ଜ୍ୱଳନ୍ତ ଉଦାହରଣ ପୁଣି ଦେଖିବାକୁ ମିଳିଛି। ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ନବରଙ୍ଗପୁର ଜିଲ୍ଲାର କଂଗ୍ରେସ ଓ ବିଜେପିର ହଜାର ହଜାର ମହିଳା ଓ ପୁରଷ କର୍ମୀ ମଙ୍ଗଳବାର ବିଜେଡିରେ ସାମିଲ ହୋଇଛନ୍ତି।

ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। କଂଗ୍ରେସର ୩ଥରର ବିଧାୟକ ପ୍ରାର୍ଥୀ ହୋଇଥିବା ଯତୀନ୍ଦ୍ର ଗଣ୍ଡ, ଯତୀନ୍ଦ୍ରଙ୍କ ପତ୍ନୀ ତଥା ଗତ ନିର୍ବାଚନରେ ଉମରକୋଟର ବିଧାୟିକା ପ୍ରାର୍ଥିନୀ ଯୋଶଦା ଗଣ୍ଡ, କଂଗ୍ରେସ ସମର୍ଥିତ ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟଙ୍କ ସମେତ ପ୍ରାୟ ତିନି ହଜାର କଂଗ୍ରେସ ଓ ବିଜେପିର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି କଂଗ୍ରେସ ଓ ବିଜେପି କର୍ମୀ।

Leave a Reply