ରାଜ୍ୟରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା, ଆଜି ପୁଣି ୩ ମୁଣ୍ଡ ନେଲା କରୋନା

1 min read
3 more death in Covid19 in Odisha Today

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା । ଗତକାଲି କରୋନାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୩ ଜଣଙ୍କ ମଧ୍ୟରୁ ଦୁଇଜଣ ଗଞ୍ଜାମରୁ ହୋଇଥିବାବେଳେ ଜଣେ ଭୁବନେଶ୍ୱରରୁ ବୋଲି ସୂଚନା ଦେଇଛି ପରିବାର ଓ ଶିଶୁ କଲ୍ୟାଣ ବିଭାଗ । । ଯେଉଁ ମାନଙ୍କର ମୃତ୍ୟୁ ହୋଇଛି ସେମାନେ ପୂର୍ବରୁ କୌଣସି ନା କୌଣସି ରୋଗରେ ଆକ୍ରାନ୍ତ ଥିଲେ ।

ଯେଉଁଭଳି ପୂର୍ବରୁ କୁହାଯାଇଛି କି ଡାଇବେଟିସ, ଉଚ୍ଚ ରକ୍ତଚାପ ଭଳି ରୋଗ ଥିବା ବ୍ୟକ୍ତିଙ୍କ ପାଇଁ କରୋନା ଘାତକ ସାବ୍ୟସ୍ତ୍ ହେଉଛି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କୁ ଡାଇବେଟିସ୍ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ ।

ରାଜ୍ୟରେ ଏହାକୁ ମିଶାଇ ୭୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।  ଆଜି ରାଜ୍ୟରେ ଆଉ ୨୨ ଜିଲ୍ଲାରୁ ୬୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୧ ଜଣ ଓ ଲୋକାଲ୍ କେସ୍ ୨୦୭ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୬୧୮ କରୋନା ପଜିଟିଭ୍ ଚିହ୍ନଟ: ମୋଟ୍ ସଂକ୍ରମିତ ସଂଖ୍ୟା ୧୪,୮୯୮ କୁ ବୃଦ୍ଧି

ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୪୮୯୮ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସବୁଥର ପରି ଏଥର ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 

Leave a Reply