ରେଳ ଲାଇନ୍ ଉପରେ ପଥର ଧସି ୩ ଶ୍ରମିକଙ୍କ ମୃତ୍ୟୁ

1 min read

ଜୟପୁର: ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ବଡ଼ ଅଘଟଣ ଘଟିଛି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଖଟୁଆ ନିକଟରେ ରେଳ ଲାଇନରେ କାମ ଚାଲିଥିବା ବେଳେ ପାହାଡ଼ରୁ ପଥର ଖସିବା ବେଳେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୯ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି ।

ଲୁହାପଥର ମାଲବାହୀ ଟ୍ରେନ୍ ଯିବା ପାଇଁ ଗତକାଲି ଖସିଥିବା ମାଟି ଅତଡ଼ାକୁ ଶ୍ରମିକମାନେ ପରିଷ୍କାର କରୁଥିଲେ । ତେବେ, ଅତଡ଼ା ହଟାଇବା ବେଳେ ପୁଣି ଥରେ ପାହାଡ଼ରୁ ପଥର ଧସିବା ଫଳରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗୁରୁତର ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣମ ନିଆଯାଇଛି ।

ପୂର୍ବରୁ ମଧ୍ୟ ବହୁବାର ଏହି ସ୍ଥାନରେ ପଥର ଓ ମାଟି ଅତଡ଼ା ଧସିଛି । ତେବେ, ଗତକାଲି ହୋଇଥିବା ବର୍ଷା କାରଣରୁ ଅତଡ଼ା ଧସିଥିବା ଅନୁମାନ କରାଯାଉଛି । ରେଲୱେ କର୍ତ୍ତୃପକ୍ଷ ଅତଡ଼ା ହଟାଇବା ବେଳେ ବ୍ୟାରିକେଡ୍ କରିନଥିଲେ । ଫଳରେ ଅତଡ଼ା ଧସି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Leave a Reply