ବେଙ୍ଗାଲୁରୁ ସାମ୍ପ୍ରଦାୟିକ ହିଂସାରେ ୩ ମୃତ,୬୦ ଆହତ,SDPI ନେତା ଗିରଫ

bengaluru violence

ବେଙ୍ଗାଲୁରୁ: ବେଙ୍ଗାଲୁରରୁରେ ଗତକାଲି (ମଙ୍ଗଳବାର)ରାତିରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ମୃତ୍ୟୁ ସଂଖ୍ୟା ୩ ଛୁଇଁଛି । ଏହି ମାମଲାରେ ପୋଲିସ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆର ଜଣେ ନେତାଙ୍କୁ ଗିରଫ କରିଛି । ଏସଡିପିଆଇ ପକ୍ଷରୁ ନିଜ ନେତାଙ୍କ ଗିରଫଦାରୀ କଥାକୁ ସ୍ୱିକାର କରାଯାଇଛି । ଗିରଫ ହୋଇଥିବା ନେତାଙ୍କ ନାମ ମୁଜମ୍ମିଲ ପାଶା । ହିଂସା ପଛରେ ଏହି ସଂଗଠନ ଥିବା କୁହାଯାଉଛି ।

ଗୋଟିଏ ଫେସବୁକ୍ ପୋଷ୍ଟକୁ ନେଇ ମଙ୍ଗଳବାର ରାତିରେ ହିଂସା ସୃଷ୍ଟି ହୋଇଥିଲା । ଯେଉଁଥିରେ ତିନି ଜଣ ପ୍ରାଣ ହରାଇଛନ୍ତି । ହିଂସାତ୍ମକ ଭିଡ ଜଣେ କଂଗ୍ରେସ ବିଧାୟକଙ୍କ ଘର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ସେଠାରେ ଥିବା ଲୋକଙ୍କୁ ଆକ୍ରମଣ କରିଥିଲେ ।  କଂଗ୍ରେସ ବିଧାୟକଙ୍କ ଘର ଉପରେ ଆକ୍ରମଣ କରିବା ପରେ ଏହି ଭିଡ ସ୍ଥାନୀୟ ଥାନା ଉପରେ ମଧ୍ୟ ଆକ୍ରମଣ କରିଥିଲା । ସେମାନେ ଥାନାକୁ ଜାଳି ଦେବାକୁ ଉଦ୍ୟମ କରିଥିଲେ । ଭିଡର ସନ୍ଦେହ ଥିଲା ଯେ, ଫେସବୁକ୍ ପୋଷ୍ଟ କରିଥିବା ବ୍ୟାକ୍ତିଙ୍କୁ ପୋଲିସ ଗିରଫ କରି ଉକ୍ତ ଥାନାରେ ରଖିଛି । ଥାନାରେ ନିଆଁ ଲଗାଇଥିବା ଭିଡକୁ ଘଉଡାଉବା ପାଇଁ ପୋଲିସକୁ ଗୁଳି ଚଳାଇବାକୁ ପଡିଥିଲା । ଭିଡ ଆକ୍ରମଣରେ ୬୦ ପୋଲିସ ଆହତ ହୋଇଛନ୍ତି ।

ପୋଲିସ କମିଶନରଙ୍କ ଅନୁସାରେ ବର୍ତ୍ତମାନ ସ୍ଥିତି କାବୁରେ ଅଛି । ସହରରେ ଧାରା ୧୪୪ ଲାଗୁ କରାଯାଇଛି । ସିଆରିପିଏଫ୍,ଆରଏଏଫକୁ ମୁତୟନ କରାଯାଇଛି ।ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି । ଏହା ସହିତ ଦୋଷୀଙ୍କୁ ଦୃଷ୍ଟାନ୍ତମୁଳକ ଦଣ୍ଡ ଦିଆଯିବା ବୋଲି କହିଛନ୍ତି ।

.

Leave a Reply