କରୋନା ପାଇଁ ବ୍ରହ୍ମାସ୍ତ୍ର ପ୍ଲାଜମା ଥେରାପି, ଗଞ୍ଜାମରେ ପ୍ରୟୋଗ ପରେ ସୁସ୍ଥ ହେଲେ ୩ ସଂକ୍ରମିତ

ଗଞ୍ଜାମ: ରାଜ୍ୟ ସହ ଗଞ୍ଜାମରେ ଦିନକୁ ଦିନ କରେନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ଗଞ୍ଜାମରୁ ଦିନକରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୩୨ ଜଣ କରୋନା ପଜିଟିଭ କେବଳ ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି । ତେବେ ଏଭଳି ଭୟ ଭିତରେ ଆଶ୍ୱସ୍ତି ଦେଉଛି ସୁସ୍ଥତା ଖବର । କରୋନା ପାଇଁ କୌଣସି ପ୍ରତିଷେଧକ ବାହାରି ନଥିବା ବେଳେ ଏବେ ରାମ ବାଣ ହୋଇ ଉଭା ହୋଇଛି ପ୍ଲାଜମା ଥେରାପି ।

କରୋନା ସଂକ୍ରମିତଙ୍କ ପାଇଁ  ସଂଜୀବନୀ ହେଉଛି ପ୍ଲାଜମା । ପ୍ଲାଜମା ନେବା ପରେ ଗଞ୍ଜାମ ଜିଲ୍ଲାରେ ୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପ୍ଲାଜମା ନେବା ପରେ ଟାଟା ହସପିଟାଲରେ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଡାକ୍ତରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି । ଏଥିସହ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିବାକୁ ଗଞ୍ଜାମ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।

ସେପଟେ ୧୨ ଜଣ କନେଷ୍ଟବଳ ସମେତ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ କନେଷ୍ଟବଳ ରାୟଗଡା ସଦରମହକୁମାର । କୋଭିଡ ଡ୍ୟୁଟିରେ ନିୟୋଜିତ ଥିଲେ କନେଷ୍ଟବଳ ମାନେ । କରୋନା ସଂକ୍ରମିତଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ କନେଷ୍ଟବଳଙ୍କୁ ନିକଟସ୍ଥ କୋଭିଡ କେୟାରକୁ ପଠାଯାଇଛି । ତେବେ ଆଜି ରାୟଗଡ଼ାରୁ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

Leave a Reply