ରିପୋର୍ଟ ଦେଖି ଟିକାକରଣ କେନ୍ଦ୍ର ବଢାଇବୁ: ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର: ଦେଶରେ କରୋନା ଟିକାକରଣର ୨ୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଅବସରରେ କରୋନା ଟିକା ନେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଟିକା ନେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିକା ନେଇଥିଲେ ।

ଏସମ୍ପର୍କରେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଆଜି ରାଜ୍ୟରେ ମୋଟ ୧୫୩ଟି କେନ୍ଦ୍ରରେ ଟିକାକରଣ କରାଯାଉଛି। ସେଥି ମଧ୍ୟରେ ୧୩୨ଟି ସରକାରୀ ହସ୍ପିଟାଲ ଥିବା ବେଳେ ୨୧ଟି ବେସରକାରୀ ହସ୍ପିଟାଲ ରହିଛି । ଆଗାମୀ ଦିନରେ ରାଜ୍ୟରେ ଟୀକାକରଣ କେନ୍ଦ୍ର ସଂଖ୍ୟା ୧୮୩କୁ ବଢ଼ାଯିବ। ସେଲ୍ଫ ରେଜିଷ୍ଟ୍ରେସନ ଓ ଅନ ଦି ସ୍ପଟ ରେସିଷ୍ଟ୍ରେସନରେ ନିଜ ନାଁ ପଞ୍ଜିକରଣ କରି ଟିକା ନେବାର ବ୍ୟବସ୍ଥା କରାଯାଇଛି। ଆଜିର ରିପୋର୍ଟ ଦେଖି ଧୀରେ ଧୀରେ ଆମେ କେନ୍ଦ୍ର ସଂଖ୍ୟା ବଢାଇବୁ।

Vaccination Plan For Cop’s Of Twin City

ତେବେ ଭୁବନେଶ୍ୱରରେ ଆଜି ୨୨ଟି କେନ୍ଦ୍ରରେ ଟୀକାକରଣ କରାଯାଉଛି। ଯେଉଁଥିରେ ୧୨ଟି ସରକାରୀ ଓ ୧୦ଟି ବେସରକାରୀ ହସ୍ପିଟାଲ ସାମିଲ ଅଛି।

ଉଲ୍ଲେଖଯୋଗ୍ୟ, ୬୦ରୁ ଅଧିକ ଓ ଦୁରାରୋଗ୍ୟରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କର ଲୋକଙ୍କୁ ମିଳିବ ଟିକା  । ପ୍ରତ୍ୟେକ ଦିନ ୬୦ ଜଣଙ୍କୁ ଦିଆଯିବ ଟିକା  । ଟିକା ନେବାକୁ ଆରୋଗ୍ୟ ସେତୁ ଓ କୋଭିଡ ନ୍ୟୁ ପୋର୍ଟାଲ ୨.୦ରେ ରେଜିଷ୍ଟ୍ରେସନ କରିପାରିବେ  । ସୋମବାର କୋଭିଡ ନ୍ୟୁ ପୋର୍ଟାଲ ୨.୦ କାର୍ଯ୍ୟକ୍ଷମ ହେବ । ସେପଟେ ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିକା ଗ୍ରହଣ କରିଛନ୍ତି । ଦିଲ୍ଲୀର ଏମ୍‌ସ ହସ୍ପିଟାଲରେ ପହଞ୍ଚି ପ୍ରଧାନମନ୍ତ୍ରୀ ଟିକା ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭାରତ ବାୟୋଟେକ୍‌ ପ୍ରସ୍ତୁତ କରିଥିବା କରୋନା ଟିକା ‘କୋଭାକ୍ସିନ୍’ ଦିଆଯାଇଛି । ଏହି ଅବସରରେ କମ୍‌ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଓ ଡାକ୍ତରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀ ଟିକା ନେବା ସହ ଭାରତକୁ କୋଭିଡ୍‌ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

 

Leave a Reply