ଭୁବନେଶ୍ୱରରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା

Corona 2nd Phase Vaccine

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା । ସ୍ପାଇସ୍‌ ଜେଟ୍‌ ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି କରୋନା ସଞ୍ଜିବନୀ । ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ସମସ୍ତ ଟିକାକୁ ଟିକା ଭଣ୍ଡାରକୁ ନିଆଯାଇଛି । ତିନି ଦିନ ପରେ ଏହି ଟିକାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ । ଏନେଇ ସମସ୍ତ ଯୋଜନା ସରିଛି ଏବଂ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଟିକା ଗ୍ରହଣ କରି ଟିକା କରଣ ପାଇଁ ମଧ୍ୟ ସବୁ ଜିଲ୍ଳା ପ୍ରସ୍ତୁତ ଥିବା କୁହାଯାଇଛି । ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟରେ ୩ ଲକ୍ଷ ୩୪ ହଜାର ୫୩୪ ଟିକା ଆସିଥିବା ନେଇ ସୂଚନା ରହିଛି । ଅପରାହ୍ନ ୩ ଟା ୧୫ ମିନିଟ୍‌ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏହି ଟିକା ପହଞ୍ଚିଛି ।

ଗତ ୧୨ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଥିଲା ପ୍ରଥମ ପର୍ଯ୍ୟାୟ କରୋନା ଟିକା‌ । ଭୁବନେଶ୍ୱର ବିମାନବନ୍ଦରରେ ସ୍ପାଇସଜେଟ୍ ଯୋଗେ ପହଞ୍ଚିଥିଲା କୋଭିସିଲ୍ଡ ଟିକା । ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଓଡ଼ିଶା ରାଜ୍ୟ ଟିକା ଭଣ୍ଡାରକୁ ନିଆଯାଇଥିଲା ।

ପରେ କୋଲ୍‌ଡ ଚେନ୍ ମାଧ୍ୟମରେ ସ୍ଥିରୀକୃତ ହୋଇଥିବା ଶହେଟି ସ୍ଥାନକୁ ଟିକା ପଠାଯାଇଥିଲା । ଏଥର ମଧ୍ୟ ସମାନ ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟରେ ୧୬୨ଟି ଭ୍ୟାକ୍ସିନ ସେସନ୍‌ ସାଇଟ୍‌ରେ ଟିକାକରଣ ପାଇଁ ବ୍ୟବସ୍ଥା ହୋଇଥିଲା ।

Leave a Reply