ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦଘାଟିତ

ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପୁସ୍ତକ ମହୋତ୍ସବ ଆସନ୍ତା ୧୫ ତାରିଖ ଯାଏଁ ଚାଲିବ ।

ପୁସ୍ତକ ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ଅନୁଭବ କରିଥିବା କହିଛନ୍ତି । ଏଥିସହ ସେ ଗାନ୍ଧିଜୀଙ୍କୁ ମନେ ପକାଇଛନ୍ତି । ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାରେ ଗାନ୍ଧୀ, ଏହି ବିଷୟ ଉପରେ ଏକ ସ୍ୱତନ୍ତ୍ର ମଣ୍ଡପ ଖୋଲାଯାଇଛି । ମୋର ବିଶ୍ୱାସ, ଗାନ୍ଧୀ ବିଚାର ସହ ଲୋକଙ୍କୁ, ବିଶେଷକରି ଆମର ଯୁବପିଢିଙ୍କୁ ଯୋଡ଼ିବାରେ ଏହା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ପୁସ୍ତକ ମେଳା ହେଉଛି ଜ୍ଞାନର ମେଳା । ଜ୍ଞାନର ନୂଆ ନୂଆ ଦିଗନ୍ତ ସହ ଜନସାଧାରଣଙ୍କୁ ପରିଚିତ କରିବାରେ ଅକ୍ଷର ସଫଳ ହେବ ବୋଲି ବିଶ୍ୱାସ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସମାଜସେବୀ କ୍ରୀଷ୍ଣା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply