ପଞ୍ଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁଙ୍କ ବାଙ୍କଚୁଡ ବେଶ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଚଳିତ ବର୍ଷ ପଞ୍ଚୁକ ୬ଦିନ ପଡୁଥିବା ବେଳେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଏନେଇ ବେଶର ନିର୍ମାଣ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇସାରିଛି । ବିଧି ଅନୁସାରେ ପ୍ରସ୍ତୁତ ହୋଇଥିବା ବେଶ, ହାଣ୍ଡିଆ ଓ ସମସ୍ତ ଅଳଙ୍କାର ତଥା ଅସ୍ତ୍ର ଶସ୍ତ୍ର ନିକଟରେ ପଣା ଭୋଗ କରାଯାଇଛି ।

ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିବା ବେଳେ, ଆଜି ଦ୍ୱାଦଶୀ ତିଥିରେ ବାଙ୍କଚୁଡ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଠାକୁର ମାନେ ବିବିଧ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ଚୁଡ଼ା ମଧ୍ୟ ଧାରଣ କରିଥାନ୍ତି । ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କ ଚୁଡ଼ ବେଶ କୁହାଯାଏ ।

ଅବକାଶ ନୀତି ପରେ ବାଙ୍କଚୁ଼ଡ଼ା ବେଶ ଅନୁଷ୍ଠିତ ହେବ ।  ଅନ୍ୟପଟେ ପଞ୍ଚୁକ ସମୟରେ ଶୃଙ୍ଖଳିତ ଭାବେ ମହାପ୍ରସାଦ ଯୋଗାଇଦେବା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୭ ତାରିଖ ଏବଂ ୩୦ ତାରିଖରେ ଶ୍ରୀଜଗନ୍ନାଥ ବଲ୍ଳଭ ମଧ୍ୟରେ ଭକ୍ତମାନଙ୍କୁ ମହାପ୍ରସାଦ ଯୋଗାଇଦେବାକୁ ବ୍ୟବସ୍ଥା ହୋଇଛି । ସେପଟେ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ବାହାର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପୁରୀ ନଆସିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Leave a Reply