କରୋନା ଟିକା ନେବାପରେ ୨୯ ଲୋକଙ୍କ ମୃତ୍ୟୁ ! ଫାଇଜର ଟିକାକୁ ନେଇ ଉଠିଲା ପ୍ରଶ୍ନ

ନରୱେ: ନରୱେରେ କରୋନା ଟିକାକୁ ବଡ ଝଟକା  । ଟିକା ନେଇ ୨୯ଜଣଙ୍କର ମୃତ୍ୟୁ ଅଭିଯୋଗ । ନରୱେରେ ଆମେରିକା ଦ୍ୱାରା ପ୍ରସ୍ତୁତ ଫାଇଜର ବାୟୋଟେକ ଏବଂ ମଡର୍ଣ୍ଣା ଟିକାକୁ ପ୍ରୟୋଗ କରାଯାଉଛି । ଟିକା ନେବାପରେ ଲୋକମାନେ ଅସୁସ୍ଥ ହୋଇପଡୁଥିବା ସହିତ ୨୯ଜଣଙ୍କ ମୃତ୍ୟୁ ହୋଉଥିବା ବେଳେ ୭୫ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି ।

ମୃତକମାନେ ଟିକା ନେବା ପରେ ଡାଇରିଆ, ଜ୍ୱରରେ ଆକ୍ରାନ୍ତ ହେବା ସହିତ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କର ମୃତ୍ୟୁର କାରଣ ସମାନ ରହିଥିବା ଜଣାପଡିଛି । ମୃତକମାନଙ୍କ ବୟସ ୭୫ରୁ ଅଧିକ ହୋଇଥିବା ସୂଚନା ମିଳିଛି  । ନୂଆବର୍ଷର ୪ ଦିନ ପୂର୍ବରୁ ନରୱେରେ ଫାଇଜର ଟିକାକରଣ ଆରମ୍ଭ ହୋଇଥିଲା ।

ଡିସେମ୍ବର ୨୭ରେ କରୋନା ଟିକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା ଦେଶରେ ପ୍ରାୟ ୨୫ହଜାର ଲୋକଙ୍କଠାରେ କରୋନା ଟିକା ଦିଆଯାଇଥିଲା । ନରୱେରେ ଯେଉଁମାନେ ଟିକାର ପ୍ରଥମ ଡୋଜ ନେଇଥିଲେ ସେମାନେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ୨୯ଜଣଙ୍କ ମୃତ୍ୟୁ ହୋଇଥିଲା  । ସମସ୍ତ ମୃତକଙ୍କ ମଧ୍ୟରୁ ପ୍ରାୟ ୧୩ ଲୋକଙ୍କ ଟିକା କାରଣରୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ଯଦିଓ ଅନ୍ୟମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

 ମୃତ୍ୟୁବରଣ କରିଥିବା ଲୋକଙ୍କ ବୟସ ୮୦ବର୍ଷରୁ ଉର୍ଦ୍ଧ୍ୱ

ଟିକାକରଣ ପୂର୍ବରୁ କୁହାଯାଇଥିଲା ଯେ, ନରୱେର ଗୋଟିଏ ମେଡ଼ିସିନ ଏଜେନ୍ସି କହିଛି ଯେ, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ ପ୍ରାୟ ୭୫ ବର୍ଷ ଉପରେ ରହିଛି ।  କୁହାଯାଉଛି ଯେ, କିଛି ଲୋକ ଟିକା ନେବାପରେ ସେମାନଙ୍କ ନିକଟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିଲା । ସେମାନଙ୍କ ଶରିରର ତାପମାତ୍ରା ବଢିବା ସହ ସେମାନଙ୍କଠାରେ ସାମାନ୍ୟ ଜ୍ୱର ଦେଖାଯିବା ସହ ସେମାନେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ତେବେ ଏଭଳି ଘଟଣା ପରେ ଟିକାକୁ ନେଇ ସନ୍ଦେହ ଉପୁଜିଛି ।

Leave a Reply