Corona news : ଭୁବନେଶ୍ୱରରେ ୭ ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା, ପୋଲିସ ସିକ୍ୟୁରିଟି ୱିଙ୍ଗରୁ ୩୨ ଜଣ କରୋନା ପଜିଟିଭ୍,

1 min read

ଭୁବନେଶ୍ୱର: ସହର ଖୋଲୁଛି, ସଂକ୍ରମଣ ବଢ଼ୁଛି । ରାଜଧାନୀରୁ ଗତ ୨୪ ଘଣ୍ଟାରେ ୨୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୫୩ଟି ମାମାଲ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୪୨ଟି ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏଥିସହ ଗତ ୨୪ ଘଣ୍ଟାରେ ରାଜଧାନୀରୁ ୧୫୮ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ବିଏମସି । ନୂଆ ୨୯୫ ସଂକ୍ରମିତଙ୍କ ସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୭୦୧୫ରେ ପହଞ୍ଚିଛି ।

କ୍ୱାରେଣ୍ଟାଇନରୁ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୨୮ ଜଣ ଏକ ବିସ୍କୁଟ ଫ୍ୟାକ୍ଟିର ବୋଲି ଜଣାପଡ଼ିଛି । ଚନ୍ଦକା ସ୍ଥିତ ଏକ ବିସ୍କୁଟ ଫ୍ୟାକ୍ଟ୍ରିର ୨୮ ଜଣଙ୍କ ନମୁନା କରୋନା ପଜିଟିଭ୍ ଆସିଛି । ସେହିଭଳି ପୋଲିସ ସିକ୍ୟୁରିଟି ୱିଙ୍ଗର ୩୨ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ରିଜର୍ଭ ପୋଲିସ କଲୋନୀରୁ ୮ ଜଣ, କିଟ୍ କ୍ୟାମ୍ପସରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ, ରାଜଧାନୀ ସମେତ ଖୋର୍ଦ୍ଧା ଜିଲ୍ଲାରେ ଟେଷ୍ଟିଂ ବଢ଼ୁଛି । ଏଥିଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବିଏମସି କମିଶନର କହିଛନ୍ତି । ଆଶ୍ୱସ୍ତିର କଥା ହେଉଛି ରାଜଧାନୀବାସୀଙ୍କ ମଧ୍ୟରେ ରୋଗ ପ୍ରତିଶେଧକ ଶକ୍ତି ସୃଷ୍ଟି ହୋଇଛି । ନିକଟରେ ହୋଇଥିବା ସେରୋ ସର୍ଭେରୁ ଏହା ଜଣାପଡ଼ିଛି । ତେବେ, ରାଜଧାନୀରେ ସଂକ୍ରମଣ ଏବେ ଶୀର୍ଷରେ ରହିଛି । ଏହି ଏହି ଦୃଷ୍ଟିରୁ ଆଗାମୀ ଏକ ମାସ ସମସ୍ତଙ୍କ ପାଇଁ ଅତି ସମ୍ବେଦନଶୀଳ । ଏହି ସମୟରେ ସତର୍କତା ଅବଲମ୍ବନ କରାଗଲେ ଆଗକୁ ସଂକ୍ରମଣର ହାର ହ୍ରାସ ପାଇବ ବୋଲି କହିଛନ୍ତି ବିଏମସି କମିଶନର ।

Corona news-Sero Survey : ରାଜଧାନୀବାସୀଙ୍କ ମଧ୍ୟରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି, ସଂକ୍ରମଣ ପାଇଁ ସେପ୍ଟେମ୍ବର ଗୁରୁତ୍ୱପୂର୍ଣ୍ଣ

Leave a Reply