ରାଜ୍ୟରେ ୨୪୫ ନୂଆ କରୋନା ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

1 min read
Corona Update: 245 more corona Positive case Found From Odisha

ରାଜ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୨୧୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି । ଏହି ୨୪୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ଛୁଇଁଛି ।

୨୪୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ଦୁଇ ଜଣ, ବରଗଡ଼ରୁ ୧୦, ଭଦ୍ରକରୁ ୨, କଟକରୁ ୭, ଢ଼େଙ୍କାନାଳରୁ ୩, ଗଜପତିରୁ ୭, ଗଞ୍ଜାମରୁ ୯୬, ଜଗତସିଂହପୁରରୁ ୯, ଯାଜପୁରରୁ ୪୦, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡ଼ାରୁ ୮ ଜଣ, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୨୮, ମୟୁରଭଞ୍ଜରୁ ୫, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୩, ରାୟଗଡ଼ାରୁ ୧, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଏନ୍‌ଡିଆରଏଫ୍‌ ଓ ଓଡ୍‌ରାଫ୍‌ ଯବାନଙ୍କ ମଧ୍ୟରୁ ଦୁଇ ଜଣ କରୋନା ସଂକ୍ରମିତ ହୋଇଥିବା ମଧ୍ୟ ସୂଚନା ରହିଛି । ଏହି ଯବାନମାନେ ଅମ୍ଫାନ୍‌ ସମୟରେ ପଶ୍ଚିମବଙ୍ଗ ଯାଇଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ରାଜ୍ୟରେ ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ଛୁଇଁଥିବା ବେଳେ ୨୦୮୬ଟି ମାମଲା ସକ୍ରିୟ ରହିଛି । ସେହିଭଳି ୪୭୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply