ସୈତାନ୍ ସାର୍, ୨୪ ଛାତ୍ରୀଙ୍କ ସହ ଯୌନ କେଳେଙ୍କାରୀରେ ଲିପ୍ତ ଥିଲେ ୩ ବିଭାଗର ଶିକ୍ଷକ

1 min read

ନୂଆଦିଲ୍ଲୀ: ଗୁରୁ ନାମରେ କଳଙ୍କ । ମାସେ ହେଲା ୨୪ ଛାତ୍ରୀଙ୍କୁ ଦେଉଥିଲେ ଅକଥନୀୟ ଯୌନ ନିର୍ଯାତନା । ପାଠ ପଢ଼ାଇବା ନାଁରେ ସ୍କୁଲ୍ ଛୁଟି ହେବାପରେ ଜୋର ଜବରଦସ୍ତ କରୁଥିଲେ ଅପକର୍ମ । ମାନବିକତାକୁ ଉପହାସ, ମୁଣ୍ଡ ନୂଆଁଇଲା ଭଳି ଏ ଲଜ୍ଜାଜନକ ଖବର ଆସିଛି ହରିୟାଣାର ହିସାରରୁ ।ହିସାର ଜିଲ୍ଲାର ଏକ ଗାଁରେ ଥିବା ସରକାରୀ ବିଦ୍ୟାଳୟରେ ଏମିତି କାରନାମା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଦେଶର ରାଜଧାନୀ ଦିଲ୍ଲୀରୁ ଅଳ୍ପ କିଛିଦୂରରେ ଥିବା ହରିୟାଣର ହିସାରର ଏ ଘଟଣାରେ ପୋଲିସ ଲ୍ୟାବ୍ ଆସିଷ୍ଟାଣ୍ଟ, ପିଇଟି ଟିଚରଙ୍କୁ ଗିରଫ କରିଛି । ମାମଲାରେ ତୃତୀୟ ଅଭିଯୁକ୍ତ କମ୍ପ୍ୟୁଟର ଶିକ୍ଷକ ଫେରାର୍ ଅଛି ।

ଏଥିସହ ପଢ଼ନ୍ତୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଖାରଜ, ‘ନିର୍ଭୟା’ ଦୋଷୀଙ୍କ ପାଖରେ ଆଉ ୨୦ ଦିନ…

କେମିତି ଜଣାପଡ଼ିଲା ?

ସ୍କୁଲ୍ ପରିଦର୍ଶନ ପାଇଁ ଯାଇଥିବା ବେଳେ ଛାତ୍ରୀମାନେ ଶିଶୁ ସୁରକ୍ଷା ଅଧିକାରୀ ସୁନୀତା ଯାଦବଙ୍କୁ ଏନେଇ ଜଣାଇଥିଲେ । ସୁନୀତାଙ୍କ ସୂଚନା ଅନୁସାରେ, ୩ ଜଣ ଶିକ୍ଷକ ଅଗଷ୍ଟ ମାସରୁ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରୀଙ୍କ ସହ ଯୌନ ଶୋଷଣ କରୁଥିଲେ ।

ସବୁ ଜାଣିଥିଲେ ଅଧ୍ୟକ୍ଷ

ଶିଶୁ ସୁରକ୍ଷା ଅଧିକାରୀଙ୍କ ଅନୁସାରେ ଛାତ୍ରୀମାନେ ଓ ତାଙ୍କ ପରିବାର ଏନେଇ ସ୍କୁଲ ପ୍ରିନ୍ସପାଲ ଓ ଗାଁ ମୁଖିଆଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ତାପରେ ସୋମବାର ଶିଶୁ ସୁରକ୍ଷା ଅଧିକାରୀ ସ୍କୁଲ ପରିଦର୍ଶନ କରିବା ପରେ ସତ ସାମନାକୁ ଆସିଥିଲା ।ଛାତ୍ରୀମାନଙ୍କ ଅନୁସାରେ, ଅଭିଯୁକ୍ତ ଶିକ୍ଷକ ଜଲଦି ସ୍କୁଲ ଆସିବା ଡେରିରେ ଫେରିବାକୁ ବାଧ୍ୟ କରୁଥିଲେ । ପୋଲିସ ୩ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ୪ଟି ଧାରା ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ।

https://nandighoshatv.comno_rescue_forrapist/

Leave a Reply