ଟଙ୍କା ପାଇଁ ବାଜି ଲାଗୁଛି ଜୀବନ, ୬ ମାସରେ ୨୨୦ ଶିଶୁ ଉଦ୍ଧାର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବଢୁଛି ଶିଶୁ ଚାଲାଣ । ପ୍ରତି ମାସରେ ୨୦ରୁ ୩୦ ଶିଶୁଙ୍କୁ କେବଳ ରାଜଧାନୀରୁ ଉଦ୍ଧାର କରୁଛି ଚାଇଲ୍ଡ ଲାଇନ । କାମ ଦେବା ବାହାନାରେ ଶିଶୁଙ୍କୁ ଆଣି ନିର୍ଯାତନା ଦେଉଛନ୍ତି ଦଲାଲ । ଖାଲି ଶିଶୁ ଚାଲାଣ ନୁହେଁ ଅନଲକ୍ ଆରମ୍ଭ ହୋଇଥିବାରୁ ଆଗକୁ ଶିଶୁ ଶ୍ରମିକ ପ୍ରଥା ମଧ୍ୟ ଉତ୍କଟ ରୂପ ନେବ ବୋଲି ମତ ପ୍ରକାଶ ପାଇଛି । ଅସହାୟ ଶୈଶବ । ଟଙ୍କା ପାଇଁ ବାଜି ଲାଗୁଛି ଜୀବନ । କାମ ଦେବା ବାହାନାରେ ନିର୍ଯାତନା । ୬ ମାସରେ ୨୨୦ ଶିଶୁ ଉଦ୍ଧାର । ବଢୁଛି ଶିଶୁ ଶ୍ରମିକ ଚିନ୍ତା । କରୋନା ମହାମାରୀ ସମୟରେ ବଢୁଛି ଶିଶୁ ଚାଲାଣ । ପ୍ରତି ମାସରେ ୨୦ରୁ ୩୦ ଶିଶୁଙ୍କୁ କେବଳ ରାଜଧାନୀରୁ ଉଦ୍ଧାର କରୁଛି ଚାଇଲ୍ଡ ଲାଇନ । କାମ ଦେବା ବାହାନାରେ ଶିଶୁଙ୍କୁ ଆଣି ନିର୍ଯାତନା ଦେଉଛନ୍ତି ଦଲାଲ । ଖାଲି ସେତିକି ନୁହେଁ ଅନଲକ ପରେ ଶିଶୁ ଶ୍ରମିକ ମଧ୍ୟ ବଢିଛି । ଖଣ୍ଡଗିରି, ବରମୁଣ୍ଡା ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ଇନଫୋସିଟି ଅଞ୍ଚଳରୁ ଶତାଧିକ ଶିଶୁ ଶ୍ରମିକଙ୍କୁ ଠାବ କରାଯାଇଥିବା କହିଛନ୍ତି ଚାଇଲ୍ଡଲାଇନ ମୁଖ୍ୟ।

ସାମାଜିକ କର୍ମୀ ଭୂମିକାରେ ଓଲିଉଡ୍ ସେଲିବ୍ରିଟି ବର୍ଷା: ଗରିବ ଲୋକଙ୍କ ପାଇଁ ସଂଗ୍ରହ କଲେ ବସ୍ତ୍ର

 

ଶିଶୁ ଚାଲାଣ ନୂଆ ନୁହେଁ ବରଂ ଏହା ଆମର ଅଭ୍ୟାସରେ ପଡିଗଲାଣି ବୋଲି କହିଛନ୍ତି ମନସ୍ତତ୍ତ୍ୱବିତ୍ । ଏହାଦ୍ୱାରା ଅନେକ ସମୟରେ ଏହି ଶିଶୁମାନେ ଯୌନ ନିର୍ଯ୍ୟାତନାର ଶିକାର ହେବା ସହ ଅପରାଧ ଜଗତରେ ମଧ୍ୟ ପାଦ ଦେଉଛନ୍ତି । ତେଣୁ ଏ ଦିଗରେ ବ୍ୟାପକ କାଉନସେଲିଂର ଆବଶ୍ୟକତା ଥିବା କହିଛନ୍ତି ମନସ୍ତତ୍ତ୍ୱ ଡାକ୍ତର । ସବୁଠାରୁ ବଡ କଥା ହେଉଛି ଏତେ ସଂଖ୍ୟକ ଶିଶୁ ଉଦ୍ଧାର ହୋଇଥିବା ବେଳେ କମିଶନରେଟ ପୋଲିସରେ କେବଳ ଗୋଟିଏ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Leave a Reply