ନ୍ୟୁ ହୋଣ୍ଡା ସିଟି ୨୦୨୦ ହେବ ଲଂଚ, ୫୦୦୦ ଟଙ୍କାରେ କରନ୍ତୁ ବୁକିଂ

1 min read
2020 honda city to be launched soon

ନୂଆଦିଲ୍ଲୀ: ହୋଣ୍ଡାର ଅଲ-ନ୍ୟୁ ସିଟି ୨୦୨୦ କାର ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି । କମ୍ପାନୀ ଏହାକୁ ଜୁଲାଇ ୧୫ ତାରିଖରେ ଲଞ୍ଚ କରିବାକୁ ଯାଉଛି । ଗ୍ରାହକମାନେ ଏହି କାରକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । କମ୍ପାନୀ ଚଳିତ ବର୍ଷ ଆରମ୍ଭରେ ଏହି କାର ଲଞ୍ଚ କରିବାକୁ ଯାଉଥିଲା। କିନ୍ତୁ କରୋନାଭାଇରସ୍ କାରଣରୁ କମ୍ପାନୀ ଏହାକୁ ଲଂଚ କରିପାରିନଥିଲା ।

କାର ସିଟିର ଗ୍ରେଟର ନୋଏଡା ପ୍ଲାଣ୍ଟରେ ପଞ୍ଚମ ପୀଢ଼ିର ସେଡାନ କାର ନିର୍ମାଣ ଚାଲିଛି। ଜାପାନର କାର ନିର୍ମାତା ହୋଣ୍ଡା ସିଟି ୨୦୨୦ ବୁକିଂ ବହୁ ପୂର୍ବରୁ ଆରମ୍ଭ କରିସାରିଛି । ହୋଣ୍ଡାର ଲୋକପ୍ରିୟତା ଅନେକ ଗ୍ରାହକଙ୍କ ମଧ୍ୟରେ ରହିଛି । ସେଥିପାଇଁ ଏହି ସେଡାନ୍ କାର୍ ସିଟିକୁ ଦୀର୍ଘ ସମୟ ଧରି ଅନେକ ଅପେକ୍ଷା କରି ରହିଛନ୍ତି । ତେଣୁ ଗ୍ରାହକ କମ୍ପାନୀର ୱେବସାଇଟ୍ ଜରିଆରେ ମାତ୍ର ୫୦୦୦ ଟଙ୍କା ଟୋକେନ୍ ଦେଇ ଗାଡି ବୁକ୍ କରିପାରିବେ ।

ହୋଣ୍ଡା କାର ଡିଲରସିପ୍ ରେ ଏହି ସେଡାନ୍ କାର୍ ବୁକ୍ କରିବାକୁ ହେଲେ ପ୍ରାୟ ୨୧,୦୦୦ ଟଙ୍କା ଟୋକନ୍ ଦେବାକୁ ପଡିବ  । ହୋଣ୍ଡା ଅନୁସାରେ , ନୂଆ ସିଟି ର ମଡେଲ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରାଯାଇଛି। ନୂତନ କାରର ଲୁକ୍, ଡିଜାଇନ୍, ଫିଚର୍ସ ଏବଂ ଇଞ୍ଜିନରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି  । ଏହି କାରରେ ପ୍ରଥମ ଥର ପାଇଁ ଅନେକ ଫିଚର୍ସ ଦିଆଯାଇଛି । ଏଥି ସହିତ ଏହାର ଟପ୍-ସ୍ପେକ୍ ମଡେଲର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବାର ସମ୍ଭାବନା ଅଛି । ତେବେ କମ୍ପାନୀ ଏହାର ଦାମ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ।

ପୁରୁଣା ମଡେଲ କାରଠାରୁ ନୂଆ ସିଟି ବଡ଼ ହେବ । ଏହାର ଫିଚର୍ସ ବିଷୟରେ କହିବାକୁ ଗଲେ, ଏଥିରେ ଆଣ୍ଡ୍ରଏଡ୍ ଅଟୋ, ଆପଲ୍ କାର ପ୍ଲେ ଏବଂ ଆମାଜନ ଆଲେକ୍ସା ସହିତ ଆଠ ଇଞ୍ଚର ଟଚ୍ ସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ୍, ହୋଣ୍ଡା କନେକ୍ଟ ସୁଟ୍ ସହିତ ୩୨ କାର୍ ଫିଚର୍ସ, ୬.୯ ଇଞ୍ଚ HD TFT କ୍ଲଷ୍ଟର, ଅଟୋମେଟିକ୍ ହେଡଲ୍ୟାମ୍ପ, ପୁସ୍ ଷ୍ଟାର୍ଟ / ଷ୍ଟପ୍ ବଟନ୍, ଇଲେକ୍ଟ୍ରିକ୍ ସନ୍ଫରୁଫ୍ ସହିତ ଅନେକ ଫିଚର୍ସ ଦିଆଯାଇଛି । କାରରେ ଥିବା ୧.୫ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ଏକ ନୂତନ DOHC ୟୁନିଟ୍, ଯାହା ୬୬୦୦ rpm ରେ ୧୨୧ PS ଶକ୍ତି ଏବଂ ୪୩୦୦ rpm ରେ ୧୪୫ Nm ଟର୍କ ଜେନେରେଟ୍ କରେ ।

Leave a Reply