କୋଭିଡ୍ କରୋନା ଆକ୍ରାନ୍ତ ମହିଳାଙ୍କଠାରୁ ଜନ୍ମ ହେଲେ ୨୦୦ ନିରୋଗୀ ଶିଶୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ କୋଭିଡ ମାମଲା ବୃଦ୍ଧି ହେଉଥିବା ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୋଭିଡ୍ ଆକ୍ରାନ୍ତ ମହିଳାଙ୍କ ଠାରୁ ଦୁଇ ଶହ ନିରୋଗୀ ଶିଶୁ ଜନ୍ମ ନେଇଛନ୍ତି । ବେଙ୍ଗାଲୁରୁରୁ ଏଭଳି  ଖୁସି ଖବର ଆସିଛି । କର୍ଣ୍ଣାଟକରେ କରୋନା ତାଣ୍ଡବ ଜାରି ରହିଛି । ହେଲେ ଏହି ଚିନ୍ତା ଜନକ ପରିସ୍ତିତି ଭିତରେ ମଙ୍ଗଳବାର ଆସିଥିବା  ଖୁସିଖବର ପୁଣି ସାରା ଦେଶବାସୀଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି । ସହରରେ ଥିବା ଭିକ୍ଟୋରିଆ ଏବଂ ଭାନିଭିଲାସ ହସ୍ପିଟାଲରେ ଦୁଇ ଶହ କରୋନା ଆକ୍ରାନ୍ତ ମହିଳାଙ୍କ ଠାରୁ ଦୁଇ ଶହ ଶିଶୁ ଜନ୍ମ ନେଇଛନ୍ତି । ଶିଶୁ ମାନଙ୍କୁ ବି କରୋନା ଆଶଙ୍କାରେ କୋଭିଡ୍ ପରୀକ୍ଷା କରାଯାଇଥିଲା ।

ହେଲେ ସମସ୍ତଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ଦେଇଛନ୍ତି ଦୁଇ ମେଡିକାଲ କର୍ତ୍ତୃପକ୍ଷ । ତେବେ ଏଭଳି ସଙ୍କଟ ସମୟରେ ସୁରକ୍ଷିତ ଭାବେ ପ୍ରସବ କରାଇବା ନିଜ ପାଇଁ ଏକ ମାଇଲଖୁଣ୍ଟ ବୋଲି ମଧ୍ୟ ଦୁଇ ମେଡିକାଲ ପକ୍ଷରୁ ପ୍ରକାଶ କରାଯାଇଛି  । ସେପଟେ ଦୁଇ ମେଡିକାଲର ଏଭଳି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି କର୍ଣ୍ଣାଟକ ସ୍ୱାସ୍ଥ୍ୟ ଶୀକ୍ଷା ମନ୍ତ୍ରୀ କାକ୍ତର କେ ସୁଧାକର ମିଶ୍ର  । ଗତ କିଛି ସପ୍ତାହ ମଧ୍ୟରେ କର୍ଣ୍ଣାଟକରେ କରୋନା ମାମଲା ବଢୁଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୧.୮୨ ଲକ୍ଷରୁ ଅଧିକ ମାମଲା ରହିଛି । ସେଥିମଧ୍ୟରୁ ପ୍ରାୟ ୮୦,୦୦୦ସକ୍ରିୟ ମାମଲା ରହିଛି। କେବଳ ରାଜଧାନୀ ବେଙ୍ଗାଲୁରୁରେ ୭୫,୦୦୦ରୁ ଅଧିକ ଲୋକେ କରୋନାଭାଇରସ୍ ସଂକ୍ରମିତ ବୋଲି ଜଣା ପଡିଛି । ତେବେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Leave a Reply