୨ଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା… ୪ ମୃତ, ୩୦ଆହତ

ଅନୁଗୁଳ/ଆନନ୍ଦପୁର: ଅନୁଗୁଳ କିଆକଟା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଇନୋଭା ଉପରେ ଯାତ୍ରୀବାହୀ ବସ୍ ଚଢିଗଲା । ଘଟଣା ସ୍ଥଳରେ ୨ମୃତ, ୩୦ଆହତ । ସମସ୍ତ  ଆହତଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତରଙ୍କୁ ବୁର୍ଲା ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଯାତ୍ରୀବାହୀ ବସଟି ବ୍ରହ୍ମପୁରରୁ ବୁର୍ଲା ଯାଉଥିଲା ।

ତେବେ କିଆକଟା ଛକରେ ଥୁଆ ହୋଇଥିବା ଏକ ଇନୋଭା ଗାଡି ଉପରେ ବସଟି ଭାରସ୍ୟାମ ହରାଇ ଚଢିଯିବା ସହ ଓଲଟିପଡିଥିଲା । ଇନୋଭାରେ ଥିବା ୨ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବସରେ ଥିବା ୩୦ଜଣ ଯାତ୍ରୀ ଆହାତ ହୋଇଛନ୍ତି  । ଇନୋଭାଟି ଅନୁଗୁଳରୁ ବଲାଙ୍ଗୀର ଯାଉଥିବା ଜଣାପଡିଛି । ଦୁର୍ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଜୋକନାଳି ଗାଁର ଲିପୁନ୍ ନାୟକ ଓ ସଂଜୀବ ଘଡେଇ । ଗତକାଲି ବିଳମ୍ବିତ ରାତିରେ ଟ୍ରକ୍ ଚକା ପମ୍ପଚର ହେବାରୁ ଉଭୟ ଗାଡି ଅଟକାଇ ଚକା ବଦଳାଉଥିଲେ  । ଏହି ସମୟରେ ପଛପଟୁ ଏକ ଟ୍ରକ୍ ଆସି ଧକ୍କା ଦେଇ ଲିପୁନ ଓ ସଂଜିବଙ୍କ ଉପରେ ଚଢିଯାଇଥିଲା  । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଛି  । ଘଟଣାରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍  ଡ୍ରାଇଭରକୁ ଅଟକ ରଖିଛି ପୋଲିସ୍  ।

 

Leave a Reply