ବଲାଙ୍ଗୀର ସୁଦପଡା ରେଳ ଫାଟକରେ ଦୁର୍ଘଟଣା, ୨ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀରର ସୁଦପଡା ରେଳ ଫାଟକରେ ଦୁର୍ଘଟଣା ଘଟିଛି । ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ମୁତାବକ, ନିଶାଶକ୍ତ ଅବସ୍ଥାରେ ମଦ ପିଇ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ବେଳେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବାରୁ କାରଟି ରେଳ ଫାଟକ ଭାଙ୍ଗି ଭିତରକୁ ପଶି ଯାଇଛି । ରେଳ ଫାଟକ ପଡ଼ିଥିବାରୁ ଅଟକି ଥିବା ଦୁଇ ଜଣ ବାଇକ ଆରୋହୀକୁ ମଧ୍ୟ ଧକ୍କା ଦେଇଛି । ଯାହା ଫଳରେ ୨ଜଣ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଦୁର୍ଘଟଣା ଘଟାଇ ଥିବା କାର ଭିତରେ ମଦ ବୋତଲ ପଡିଥିବା ନଜର ଆସିଛି । କାରଟି ଗଞ୍ଜାମ ଜିଲ୍ଲାର ରାମକୃଷ୍ଣ ତ୍ରିପାଠୀଙ୍କ ବୋଲି ଜଣାପଡିଛି । କାରରେ ଥିବା ସମସ୍ତ ୫ଜଣ ମଦ୍ୟପ ଅବସ୍ଥାରେ ଥିବା ଜାଣିବାକୁ ମିଳିଛି। ସମସ୍ତେ ମାତ୍ରାଧିକ ମଦ୍ୟପାନ କରିବା ସହ ଖୁବ ଦ୍ରୁତ ବେଗରେ ଆସି ଫଟକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ କାରରେ ଥିବା କିଛି ଲୋକ ମଧ୍ୟ ଆହତ ହୋଇଥିବା ବେଳେ ଜଣକର ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ତେବେ ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହୋମଗାର୍ଡ ଥିବା ଜଣାପଡିଛି । ପରେ ଘଟଣାସ୍ଥଳରେ ପହଞ୍ଚି ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଘଟାଇ ଥିବା କାରକୁ ଜବତ କରିଛି ।

Leave a Reply