ମସଲା ବାଟିବାକୁ ଗୋଟିଏ ବାଇକରେ ଯାଉଥିଲେ ୩ ସାଙ୍ଗ, ତା’ପରେ…

1 min read

ଅନୁଗୁଳ: ଅଧା ରହିଗଲା ବଣଭୋଜି । ମସଲା ବଟା ଡାକି ଆଣିଲା ମୃତ୍ୟୁ । ନିମିଷକରେ ଫିକା ପଡ଼ିଗଲା ସାଙ୍ଗସାଥୀଙ୍କ ସହ ମଉଜ । ଦୁର୍ଘଟଣାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ । ମାଧପୁର -ବାମୁର ରାସ୍ତା ନୂଆଗାଁ ନୂଆସାହି ନିକଟରେ ବୁଧବାର ଅଜଣା ଗାଡ଼ି ଧକ୍କାରେ ୨ ସାଙ୍ଗ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ସାଙ୍ଗ ଆହତ ହୋଇଛନ୍ତି ।ମୃତକ ଚିତ୍ତରଞ୍ଜନ ସାହୁ, ବିକାଶ ସାହୁ । ଆହତ ସୁଜିତ୍ ପ୍ରଧାନଙ୍କୁ ମାଧପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସାଙ୍ଗମାନେ ମାନଯୋର ଡ୍ୟାମକୁ ଭୋଜି ପାଇଁ ଯାଇଥିଲେ । ମସଲା ଗ୍ରାଇଣ୍ଡିଂ ପାଇଁ ବାଇକରେ ମାଧପୁର ବଜାରକୁ ଆସୁଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲେ ।ଗୁରୁତର ଅବସ୍ଥାରେ ସେମାନଙ୍କୁ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଚିତ୍ତରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ । ବିକାଶଙ୍କୁ ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତ ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

https://nandighoshatv.comelephant-attack-while-people-are-feasting-in-similipal/

Leave a Reply