ଦୁର୍ବୃତ୍ତଙ୍କ ଡ଼କାୟତି ପ୍ଲାନ ବେଳେ ପହଞ୍ଚିଲା ପୋଲିସ, ଗିରଫ ହେଲେ ୨ ଡ଼କାୟତ

ଭୁବନେଶ୍ୱର: ଲକଡାଉନ ସମୟରେ ସକ୍ରିୟ ହୋଇଛନ୍ତି ଡକାୟତି ଗ୍ୟାଙ୍ଗ। ଗତ କିଛି ଦିନ ହେବ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଉଛନ୍ତି । କେତେବେଳେ ସାଧାରଣ ଲୋକଙ୍କ ଠାରୁ ଚେନ ଝାମ୍ପିଲେଣି ତ ପୁଣି କେତେବଳେ ଖୋଦ ପୋଲିସକୁ ବନ୍ଧୁକ ଦେଖାଇ କଲେଣି ଲୁଟ । ତେବେ ଏଭଳି ପରିସ୍ଥିତିରେ ପୋଲିସକୁ ଏକ ସଫଳତା ମିଳିଛି । ରାଜଧାନୀରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି । ଡକାୟତି ଉଦ୍ୟମ ବେଳେ ୨ ଡକାୟତଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ ୨ଜଣ ହେଲେ ଭରତପୁରର ଦୁଃଖୀଶ୍ୟାମ ଗୋଛି  ଓ କେଶୁରାର ସାଗର ବଳିଆର ସିଂ । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ୪ଟି ଗୁଳି ଜବତ କରାଯାଇଛି ।

ଖଣ୍ଡଗିରି ପାହାଡ଼ ତଳେ ୫ ଜଣ ଦୁର୍ବୃତ୍ତ ଡକାୟତି ଯୋଜନା କରୁଥିଲେ । ହାଇୱେରେ ଲୁଟ ପାଇଁ ପ୍ରସ୍ତୁତ କରୁଥିଲେ ମାଷ୍ଟର ପ୍ଲାନ । ସେହି ସମୟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ତାଙ୍କ ଉପରେ ଆଟାକ କରିଥିଲା । ତେବେ ଘଟଣା ସ୍ଥଳରୁ ୩ ଜଣ ଫେରାର ହୋଇଯାଇଥିବା ବେଳେ ୨ ଜଣ ଧରାପଡ଼ିଥିଲେ । ଗିରଫ ହୋଇଥିବା ଦୁଇଜଣକୁ ମଧ୍ୟ ପଚରାଉଚରା କରାଯାଉଛି ।

ତାଙ୍କର ପରବର୍ତ୍ତି ପ୍ଲାନ କଣ ଥିଲା । ସେ କେମିତି ଲୁଟପାଲ କରୁଥିଲେ । ଆଉ କେଉଁଠି କେଉଁଠି ଅପରାଧ ଘଟାଇଛନ୍ତି । ଏଇ କିଛି ଦିନରେ ହୋଇଥିବା ଅପରାଧରେ ତାଙ୍କର ହାତ ଅଛି କି ନାହିଁ । ଏହି ଭଳି ଦିଗକୁ ନେଇ ପଚରାଉଚରା କରୁଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ସଙ୍ଗିନ ମାମଲା ମଧ୍ୟ ରହିଛି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

Leave a Reply