କଳହ ପରେ ସାନ ଭାଇର ଆତ୍ମହତ୍ୟା, ମୃତ ଦେହ ଦେଖି ବଡ଼ ଭାଇ ନିଜ ଦେହରେ ଲଗାଇଲା ନିଆଁ

ଧର୍ମଗଡ଼: ଘରୋଇ କଳହକୁ ନେଇ ଉନ୍ମତ କାଣ୍ଡ । ଦୁଇ ଭାଇଙ୍କ ମଧ୍ୟରେ କଳହ ପରେ ସାନ ଭାଇର ଆତ୍ମହତ୍ୟା । ସାନ ଭାଇର ମୃତ ଦେହ ଦେଖି ବଡ଼ ଭାଇ କଲା ଆତ୍ମହତ୍ୟା ଉଦ୍ୟମ । ନିଜ ଦେହରେ କିରୋସିନ ପକାଇ ଲଗାଇଲା ନିଆଁ । ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲରେ ଚିକିତ୍ସିତ ହେଉଛି ବଡ଼ ଭାଇ । ତେବେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଯେତେବେଳେ ସୀମା ଲଙ୍ଘିଥିଲା ସେତେବେ ଦେଖା ଦେଇଥିଲା ଏମିତି କିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଧର୍ମଗଡ଼ ଥାନା ରଜମୋଟେ ର ଗାଁରେ । ମୃତକ ସାନ ଭାଇର ନାମ ହେଉଛି ଲିଙ୍ଗ ଗହିର ଏବଂ ଗରୁତର ବଡ଼ ଭାଇର ନାମ ହେଉଛି ରବିନ ଗହିର ।

ସୂଚନା ଅନୁଯାୟୀ, ଦୁଇ ଭାଇଙ୍କ ମଧ୍ୟରେ ପୂର୍ବରୁ ଅନେକ ବାର ଝଗଡ଼ା ହୋଇଛି । ତେବେ ଗତ ରାତିରେ ଝଗଡ଼ା ତାର ସୀମା ଲଙ୍ଘିଥିଲା । ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସାନ ଭାଇ ଘରୁ ସାଇକେଲ ନେଇ ରାତିରେ ଚାଲିଯାଇଥିଲା । ଘରଠୁ ଦୁରରେ ଥିବା ତାଙ୍କର ଚାଷ ଜମିରେ ବେକରେ ଦଉଡ଼ି ଲଗାଇ ଆତ୍ମ ହତ୍ୟା କରିଛି । ତେବେ ଘର ଲୋକ ବହୁ ଖୋଜେଖୋଜି କରିବା ପରେ ତାଙ୍କୁ ମୃତ ଅବସ୍ଥାରେ ଚାଷ ଜମିରେ ପାଇଥିଲେ । ଏହା ଦେଖି ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଛି ବଡ଼ ଭାଇ । ତେବେ ବଡ଼ଭାଇ ଏବେ ଗରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲରେ ଚିକିତ୍ସିତ ହେଉଛନ୍ତି  । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Leave a Reply