୩ ମାସ ୧୩ ଦିନରେ ଡିଜି ପଦରୁ ହଟିଲେ ବିଜୟ କୁମାର ଶର୍ମା, ଅଭୟଙ୍କୁ ନୂଆ ଦାୟିତ୍ୱ

1 min read

ଭୁବନେଶ୍ୱର: ବଦଳିଲେ ରାଜ୍ୟ ପୋଲିସ ଡିଜି ବିଜୟ କୁମାର ଶର୍ମା । ୧୯୮୬ ବ୍ୟାଚର ଅଭୟ ନୂଆ ଡିଜିପି ଦାୟିତ୍ୱ ନେବେ । ସେ ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଇନଚାର୍ଜ ଡିଜିପି ଦାୟିତ୍ୱ ତୁଲାଇବେ । ସେହିଭଳି ଅଗ୍ନିଶମ ସେବା ଓ ହୋମଗାର୍ଡର ନୂଆ ନିର୍ଦ୍ଦେଶକ ଭାବେ ସୁନୀଲ ରୟଙ୍କୁ ନିଯୁକ୍ତି ଦିଆଯାଇଛି ।

IPS ABHAY

୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଅଭୟ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ଏହା ପୂର୍ବରୁ ସେ ଏନସିବିର ନିର୍ଦ୍ଦେଶକ ଥିଲେ ।

BK Sharma

କାହିଁକି ହଟିଲେ ବିକେ ଶର୍ମା ?

ବିକେ ଶର୍ମା ଅଗ୍ନିଶମ ଡିଜି ଦାୟିତ୍ୱରେ ଥିବାବେଳେ ବହୁ ସଂଖ୍ୟାରେ ଅଗ୍ନିଶମ ସୁରକ୍ଷା ସାର୍ଟିଫିକେଟ୍ ଆବେଦନ ପଡ଼ି ରହିଥିଲା । ଏପରିକି ବହୁ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ମେଡିକାଲ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ଥାଇ ଫାୟାର ସେଫଟି ସାର୍ଟିଫିକେଟ୍ ପାଇନଥିବା ଅଭିଯୋଗ ହୋଇଥିଲା । ଏଣୁ, ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ବିକେ ଶର୍ମାଙ୍କୁ ଡିଜିପି ପଦ ସହ ଅଗ୍ନିଶମ ସେବା ନିର୍ଦ୍ଦେଶକ ପଦରୁ ଅପସାରଣ କରି ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି ।

https://nandighoshatv.comwhy-bk-sharma-removed-from-the-post-of-dgp/

Leave a Reply